ଆସିକା : ସ୍ଥାନୀୟ ସବଡ଼ିଭିଜନାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ର ବୈଠକ ନବ ନିର୍ବାଚିତ ବିଧାୟକ ତଥା ରୋଗୀ କଲ୍ୟାଣ ସମିତି ର ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଛି। ଏହି ହସ୍ପିଟାଲ ରେ ଆବଶ୍ୟକୀୟ ଡାକ୍ତର ସଂଖ୍ୟା ୪୨ ଥିବାବେଳେ୧୧ ଓ ୨୩ ନର୍ସିଂ କର୍ମଚାରୀ ଙ୍କ ସ୍ଥାନରେ ୧୧ ଜଣ ରହିଥିବାରୁ ରୋଗୀ ସେବା ବ୍ୟାହତ ହେଉଥିବା ନେଇ ମତ ପ୍ରକାଶ ପାଇଥିଲା। ଡାକ୍ତର ସମେତ ଅନ୍ୟ ପଦବୀ ଗୁଡ଼ିକ ଦୀର୍ଘ ଦିନ ଧରୀ ଖାଲି ପଡିଥିବାରୁ ବୈଠକ ରେ ସଭ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ। ସର୍ଜରୀ ଓ ଏନେସ୍ତେଶିଆ ଡାକ୍ତର ନ ଥିବାରୁ ଚିକିତ୍ସା କ୍ଷେତ୍ର ରେ ସମସ୍ୟା ଲାଗି ରହିଥିବାରୁ ଡାକ୍ତର ଙ୍କୁ ନିଯୁକ୍ତି ଦାବୀ କରାଯାଇଥିଲା। ସମସ୍ତ ରୋଗୀ ଙ୍କ ନିମନ୍ତେ ଆଲଟ୍ରା ସାଉଣ୍ଡ ଚିକିତ୍ସା ସହ ବ୍ଲଡ଼ ବ୍ୟାଙ୍କ,ହସ୍ପିଟାଲ ରେ ମହାପ୍ରୟାଣ ଗାଡ଼ି ଓ ଆମ୍ବୁଲାନ୍ସ ସେବା ର ବ୍ୟବସ୍ଥା ନେଇ ପଦକ୍ଷେପ ନେଇ ଆଲୋଚନା ହୋଇ ଥିଲା। ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ ରୋଗୀ ଙ୍କୁ ଉପଯୁକ୍ତ ଚିକିତ୍ସା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ସବଡ଼ିଭିଜନାଲ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରିଟେଣ୍ଡଣ୍ଟ ତଥା ଅଧିକ୍ଷକ ଡା. ବାଲ ଗୋପାଳ ବେହେରା, ବୈଠକ କୁ ସଂଯୋଜନା କରି ପରିଚାଳନା କରିଥିବା ବେଳେ ଡ଼ା .ଦୀପକ ସାମନ୍ତରା ସ୍ବାଗତ ଭାଷଣ ଦେଇଥିଲେ।ଆସିକା ବିଜ୍ଞାପିତ ପରିଷଦ ର ଅଧ୍ୟକ୍ଷା ଵିନେତା ସ୍ୱାଇଁ ,ବିଡ଼ିଓ ଫକୀର ଚରଣ ପରିଡ଼ା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଇନ୍ଦିରା ମହାପାତ୍ର , ସମିତି ର ସଦସ୍ୟ ସତ୍ୟନାରାୟଣ ରଥ, ଡ଼ା ଶ୍ୟାମ ଘନ ବିଶ୍ଵାଳ, ନିରଞ୍ଜନ ମହାନ୍ତି,ପିଏଚଇଡି ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ,ଶିକ୍ଷା ବିଭାଗ ର ପ୍ରତିନିଧି ସମେତ ସବଡ଼ିଭିଜନାଲ ହସ୍ପିଟାଲ ର ଡାକ୍ତର ଓ କର୍ମଚାରୀ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।