Odisha news

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

0

ଆସିକା :  ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅଧ୍ୟକ୍ଷା ଶ୍ରୀମତୀ ଵିନେତା ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ କିପରି ମୁକାବିଲା କରିବାକୁ ହେବ ଓ ଏହି ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ ସେଥିପାଇଁ ସହରରେ ସଚେତନତା ଶୋଭା ଯାତ୍ରା କରାଯାଇଥିଲା ।ପରେ ପରିଷଦ ସମ୍ମିଳନୀ କକ୍ଷରେ  କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ବେଜ ଙ୍କ ସଂଯୋଜନା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିପର୍ଯ୍ୟୟ ସମୟରେ ବିପଦରୁ ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ରହିବା ଖାଇବା ବନ୍ଦୋବସ୍ତ କିପରି କରାଯିବ ସେହି ବିଷୟ ଉପସ୍ଥିତ ସମସ୍ତ କର୍ମଚାରୀ ଓ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ସଦସ୍ୟଙ୍କୁ ଅବଗତ କରାଯାଇଥିଲା ।ଏହି ବୈଠକରେ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପାରିଦର୍ଶିତା କୁ ପ୍ରଶଂସା କରାଯାଇଥିଲା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆସିକା ବିଜ୍ଞାପିତ ଅଳରେ ପରିଷଦ ତରଫରୁ ଦୁଇ ଗୋଟି ଆଶ୍ରୟ ସ୍ଥଳୀ ତଥା କଲ୍ୟାଣ ମଣ୍ଡପ ଅନୁମୋଦନ ହୋଇଯାଇଛି ଓ ଅତି ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କାର୍ଯ୍ଯ ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟ କ୍ରମରେ ସାଂସଦ ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ସମସ୍ତ କାଉନସିଲର ବ୍ରାଣ୍ଡ ଆମ୍ବାସଡର ଅରୁଣ କୁମାର ପାତ୍ର ବଣିକ ସଂଘ ସଭାପତି ଅରୁଣ କୁମାର ଗୁପ୍ତା ସମ୍ପାଦକ ସିମଞ୍ଚଳ ପରିଡ଼ା,ସୁମନ୍ତ ସେନାପତି ସମେତ ଲୟଂସ କ୍ଳବ୍ ସଭାପତି ଓ କର୍ମ କର୍ତ୍ତା ଜେ ସି ଆଇ ସଭାପତି ଓ କର୍ମ କର୍ତ୍ତା ବିଭିନ୍ନ ସ୍କୁଲର ସ୍କାଉଟ ଛାତ୍ର ଓ ଶିକ୍ଷକ ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

Leave A Reply