Odisha news

ଅଜିତ୍ ଖଟେଇ ମୃତ୍ୟୁ ମାମଲା : ପାଞ୍ଚ ଅଭିଯୁକ୍ତ ଙ୍କୁ ସାତବର୍ଷ କାରାଦଣ୍ଡ

0

ଆସିକା : ସ୍ଥାନୀୟ ଥାନା ଅନ୍ତର୍ଗତ ନୂଆପଲ୍ଲୀ ଛକରେ ଏକ କାର ଓ ମୋଟର ସାଇକଲ ଆରୋହୀ ଙ୍କ ମଧ୍ୟରେ ଗତ ୨୬/୧୧/୨୦୨୦ ତାରିଖ ଦିନ ମାରପିଟ ଘଟଣାରେ  କାର ଆରୋହୀ ଅଜିତ୍ ଖଟେଇ ଙ୍କ  ମୃତ୍ୟୁ ମାମଲାର  ଆଜି  ରାୟ ପ୍ରକାଶ ପାଇଛି। ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ଏହାର ବିଚାରଣା କରି ଉଦ୍ଦ୍ୟେଶ ନଥାଇ  ହତ୍ୟା ଘଟଣା ୩୦୪(11) ଦଫାରେ ସମସ୍ତ   ଅଭିଯୁକ୍ତ ମଦନ ପଲାଇ,ଚନ୍ଦନ ପଲାଇ, ସିମାଞ୍ଚଳ ପଲେଇ,ସତ୍ୟ ପରିଡ଼ା ଓ ପ୍ୟାରୀ ପରିଡ଼ା ଙ୍କୁ  ସାତବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି ।ଜରିମାନା ଅନାଦେୟ ରେ  ଚାରି ମାସ ର ସଶ୍ରମ କାରାଦଣ୍ଡ ର ଦଣ୍ଡ  ମଧ୍ୟ ଶୁଣାଇଛନ୍ତି। ଘଟଣା ଦିନ ମୃତ ଅଜିତ ଓ ତାର ସାଥୀ ବାଦଲ ପାତ୍ର  ଓଡ଼ି-୦୭ -ୱାଆ ଇ ୬୨୬୭ ରେ ପୋଲୋସରା ଯାଉଥିବା ସମୟରେ ବାଇକ୍ ଯୋଗେ ଯାଉଥିବା ମଦନ ଙ୍କ ସହ ଗାଡ଼ି  ସାଇଡ ଦେବାକୁ ନେଇ ପାଟିତୁଣ୍ଡ ରୁ ମାରପିଟ ହୋଇଥିଲା। ମଦନ ଙ୍କ ଘର ନିକଟସ୍ଥ ପାକଲା ପଲ୍ଲୀ ହୋଇଥିବା ବେଳେ ତାଙ୍କୁ ଆକ୍ରମଣ ହେଉଥିବା ଦେଖି ତାଙ୍କ ପରିବାର ଓ ସହଯୋଗୀ  ମାନେ ଏହାର ପ୍ରତିବାଦ କରିବା ସହ ଉଭୟ ଙ୍କ  ମଧ୍ୟରେ ମାରପିଟ ଓ ଥାନାରେ ଅଭିଯୋଗ ହୋଇଥିଲା। ପରେ ଗୁରୁତର ଆହତ ଅଜିତ୍ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ  ଥିବା ବେଳେ ମୃତ୍ୟୁ ହୋଇଥିଲା।ଘଟଣା ସମ୍ପର୍କରେ  ମୃତକ ର ମା ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗ ପ୍ରକାରେ  ପୋଲିସ  ୬୧୮/୨୦୨୦ ମାମଲା ରୁଜୁ କରି  ହତ୍ୟା ସହ ଅନ୍ୟ  ଫୌଜ ଦାରୀ ଧାରାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିଲା ।ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ଙ୍କ ସମେତ ସମସ୍ତ ୨୦ ସାକ୍ଷୀ ଙ୍କ ପ୍ରମାଣ ଆଧାର ରେ  ଆଜି  ଆସିକା ଏ ଡି ଜେ ପ୍ରବୀର କୁମାର ଚୌଧୁରୀ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।  ସରକାର ଙ୍କ ପକ୍ଷ ରୁ ଏ ପି ପି ସୁଧାଂଶୁ କୁମାର ପଣ୍ଡା ଓ ଜି ସୂର୍ଯ୍ୟ ପ୍ରକାଶ ରାଓ ମାମଲା ପରିଚାଳନା କରୁଥିଲେ।

Leave A Reply