Odisha news

ବିଶ୍ବ ମାଣ୍ଡିଆ ଦିବସର ପରିକଳ୍ପନା

0

ଆସିକା :  ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କ ସଂଯୋଜନାରେ ବିଶ୍ବ ମାଣ୍ଡିଆ ଦିବସ ନେଇ ସାଙ୍ଗଠନିକ ବୈଠକ ମହାବିଦ୍ୟାଳୟର ଅଡ଼ିଓ ଭିଜୁଆଲ୍ ହଲରେ ଅନୁଷ୍ଟିତ ହୋଇଛି। ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ସଦସ୍ୟ ଗୋବିନ୍ଦ ବେହେରା, ସଦସ୍ୟା ଶ୍ରୀମତୀ ସ୍ନେହଲତା ପାଣିଗ୍ରାହୀ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯୋଗ ଦେଇଥିଲେ।ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ମାଣ୍ଡିଆ ଦିବସକୁ ଆନ୍ତଃର୍ଜାତୀୟ ସ୍ଥରରେ ମାନ୍ୟତା ପ୍ରଦାନ କରିବା ପାଇଁ  ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ଚମତ୍କାରିତା ଶସ୍ୟ ମାଣ୍ଡିଆର ଉପାଦେୟତା, ସ୍ବାସ୍ଥ୍ୟକାରିତା ଏବଂ ଉପଲବ୍ଧିକୁ ଅତିଥିନିଜ ନିଜର ମତ ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ସ୍ବାଗତ ଭାଷଣରେ ଉକ୍ତ ଦିବସର ଆଭିମୁଖ୍ୟକୁ ଅଭିବ୍ୟଞ୍ଜନା କରିଥିଲେ ଏବଂ ମାଣ୍ଡିଆକୁ ପ୍ରମୁଖ ପୋଷକ ତତ୍ତ୍ବରୂପେ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସମସ୍ତ ସଦସ୍ୟ ବଜାରରେ ଉପଲବ୍ଧ ଚଞ୍ଚଳ ତଥା ପରିତ୍ୟକ୍ତ ଖାଦ୍ୟକୁ ପରିହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ମାଣ୍ଡିଆର ବ୍ୟବହାରକୁ ଭୋଜନ ପ୍ରଣାଳିରେ ଶାମିଲ କରିବା ପାଇଁ ଆଗ୍ରହ କରିଥିଲେ। କଲେଜ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରଧାନ ନିଜ ବ୍ୟକ୍ତବ୍ୟରେ  ବର୍ତ୍ତମାନର ବହୁକାଳ ସ୍ଥାୟୀ ରୋଗ ଯଥା ମଧୁମେୟ, ଉଚ୍ଚ ତଥା ନିମ୍ନ ରକ୍ତଚାପ, ମୁଣ୍ଡବ୍ୟଥା, ପେଟବ୍ୟଥା ତଥା ବିଭିନ୍ନ ପ୍ରକାର ମାନସିକ ବ୍ୟାଧିର  ଉପଷମ ପାଇଁ ମାଣ୍ଡିଆ ଖାଦ୍ୟର ଉଚିତ୍ ବ୍ୟବହାର ସଂପର୍କରେ ଆଲୋଚନା କରିଥିଲେ। ଦକ୍ଷିଣ ଭାରତର ପ୍ରାୟ ସମସ୍ତଙ୍କ ଘରେ ଏହି ଶସ୍ୟର ଚାହିଦା ବର୍ତ୍ତମାନ ସୁଦ୍ଧା ରହିଥିବା ବେଳେ ସମଗ୍ର ଭାରତରେ ଏହା ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି। ଜାଉ, ମାଣ୍ଡିଆତମ୍ପା ଭଳି ପାରମ୍ପାରିକ ମାଣ୍ଡିଆ ପୋଷକ ଖାଦ୍ୟକୁ ଆପଣାଇବା ପାଇଁ ସମସ୍ତ ଯୁବସମାଜକୁ ସଚ଼େତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନିର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରିଶେଷରେ ମେଜର ଡ. ଅଧିକାରୀ ମାଣ୍ଡିଆ, ବାଜରା, ଜୱାର ଆଦି ଶସ୍ୟର ଉପଲବ୍ଧିକୁ ଆଲୋକପାତ କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply