Odisha news

ବଜ୍ରାଘାତ ବାର ଛେଳି ର ଜୀବନ ନେଲା

0

ଆସିକା : ଆସିକା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତ ର ରିସିପୁର ଗାଁ ନିକଟରେ ଛେଳି ପଲ ଚରୁଥିବା ବେଳେ ଆକସ୍ମିକ ବଜ୍ରାଘାତ ହୋଇ ବାର ଛେଳି ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।ଅପରାହ୍ନ ସମୟରେ ଚାରୋଟି ପରିବାର ର ଛେଳି ପଲ ରେ ପ୍ରାୟ ଦୁଇ ସହ ଛେଳି ଚରୁଥିବା ବେଳେ   ଘଡ ଘଡି ପବନ ବର୍ଷା ଆସିଯାଇଥିଲା।ବଜ୍ରାଘାତ ବାର ଛେଳି ମୃତ୍ୟୁ ବରଣ କରିଥିଲେ।  ମୃତ ଛେଳି ବାଲିଛାଇ ଗାଁ ର ସମ୍ବାରି ଗୌଡ଼, ବାବୁଲି ଗୌଡ଼, ବାହାନ ଗୌଡ଼ ଓ ବୁଦ୍ଧିରାମ ଗୌଡ଼ ଙ୍କ ଛେଳି ବୋଲି ଜଣା ପଡିଛି  l ଖବର ପାଇ ଘଟଣା ସ୍ଥଳରେ ଆସିକା ପଶୁ ଚିକିତ୍ସା ଅଧିକାରୀ ଅନୁଧ୍ୟାନ କରି ଫେରିଥିବା ବେଳେ କ୍ଷତି ପୂରଣ ଦେବା ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ଛେଳି ମାଲିକ l

Leave A Reply