ଏମିତି ମଧ୍ୟ ମଶା ଅଛନ୍ତି ଯିଏ କି କାମୁଡିବା ଦ୍ୱାରା ବ୍ୟକ୍ତି ମୃତ୍ୟୁ ମୁଖକୁ ଚାଲି ଯାଇଥାଏ ବ୍ୟକ୍ତି WHO ର ଚେତାବନୀ :ମାତ୍ର ଗୋଟିଏ ମଶା କାମୁଡିବା ଦ୍ୱାରା ମଣିଷ ମୃତ୍ୟୁ ମୁଖକୁ ମଧ୍ୟ ଯାଇପାରେ ଭାରତରେ ମଶା ଜନିତ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ବ୍ୟକ୍ତି ଆକ୍ରାନ୍ତ ହୋଇ ଥାଆନ୍ତି , ଯେପରିକି ଡେଙ୍ଗୁ, ଚିକେନ ଗୁନିଆ , ମେଲେରିଆ ଭଳି ଅନେକ ରୋଗ l ଏହି ରୋଗର ଲକ୍ଷଣ ଅଟେ ଯେ ଅନେକ ସମୟରେ ବ୍ୟକ୍ତି ଡାକ୍ତର ଖାନାର ସମ୍ମୁଖୀନ ହୋଇଥାଏ ଓ ମୃତ୍ୟୁ ମୁଖରେ ପଡିଥାଏ l ଏହି ମସାଟିକୁ ଏସିଆନ ଟାଇଗର ମଶା ଭାବରେ ପ୍ରାୟ ସମସ୍ତେ ଜାଣି ଥାଆନ୍ତି l ଏହି ମଶା ଟିକୁ ଏଡିସ ଏଲବୋପିକ୍ଟସ ନାମରେ ମଧ୍ୟ ଜଣାଯାଏ l ଗାନ ମାଧ୍ୟମ ରିପୋର୍ଟ ଅନୁସାରେ , ଏହି ମଶା ଟି କାମୁଡିବା ଦ୍ୱାରା ଜର୍ମାନୀ ରେ ରହୁଥିବା ଜଣେ ୨୭ ବର୍ଷୀୟ ବ୍ୟକ୍ତି କୋମା କୁ ଚାଲି ଯାଇଛନ୍ତି l ଏପରିକି ଉକ୍ତ ବ୍ୟକ୍ତିଙ୍କ ୨ଟି ଆଙ୍ଗୁଳି କାଟି ସର୍ଜରୀ କରିବାକୁ ପଡିଥିଲା l
ମଣିଷଙ୍କ ଛଡା ଏହି ମଶା ଜୀବଜନ୍ତୁ ଙ୍କର ମଧ୍ୟ ରକ୍ତ ପିଇଥାଏ l ସାଧାରଣ ଭାବରେ ମଶା ରାତିରେ କାମୁଡ଼ିଥାଏ l କିନ୍ତୁ ଏଲବା ଏଲବୋପିକ୍ଟସ ମଶା ରାତି ଛଡା ଦିନରେ ମଧ୍ୟ କାମୁଡି ଥାଏ l ମଶା ମଣିଷଙ୍କ ରକ୍ତ ସେବନ କରିଥାଏ l ଏହାଙ୍କ ପ୍ରଥମ ପସନ୍ଦ ମନୁଷ୍ୟଙ୍କ ରକ୍ତ l ଯଦି ମଣିଷ ଙ୍କ ରକ୍ତ ମିଳି ନଥାଏ ତେବେ ଜୀବଜନ୍ତୁଙ୍କ ରକ୍ତ ପିଇ ଥାଆନ୍ତି l ଏମାନଙ୍କୁ ଜଙ୍ଗଲ ମଶା ମଧ୍ୟ କୁହାଯାଇ ଥାଏ l ଏମାନଙ୍କର ମୂଳ ଜନ୍ମ ହେଲା ଦକ୍ଷିଣ ପୂର୍ବ ଏସିଆ ଅଟେ, କିନ୍ତୁ ବର୍ତମାନ ଏହା ୟୁରୋପ ଓ ଆମେରିକା ଆଡକୁ ମଧ୍ୟ ବ୍ୟାପି ଯାଇଛି l
* ଭାରତରେ ଏହି ରୋଗ ଗୁଡିକର ମୁଖ୍ୟ କାରକ –
– ଡେଙ୍ଗୁ : ଭାରତ ରେ ସାଧାରଣ ଭାବରେ ଡେଙ୍ଗୁ ଇଣ୍ଡିଜ ଇଜିପ୍ଟ ମଶା କାମୁଡିବା ଦ୍ୱାରା ହୋଇଥାଏ l କିନ୍ତୁ ଏହି ମଶା ମଧ୍ୟ ଭାରତରେ ଡେଙ୍ଗୁର କାରଣ ଅଟେ l ବିଶେଷ ଭାବରେ ଉତ୍ତର ପୂର୍ବ ଷ୍ଟେଟ ଓ ରୁରାଲ ଏରିଆରେ ଏହି ରୋଗ ଅଧିକ ବ୍ୟାପିଥାଏ l ଏଥିରେ ଡେଙ୍ଗୁର ସର୍ଟ ସିଣ୍ଡ୍ରୋମ ରହିଥାଏ l
– ଚିକନ ଗୁନିଆ – ଇଣ୍ଡିଜ ଏଜିପ୍ଟ ମଶା କାମୁଡିବା ଦ୍ୱାରା ଚିକଗୁନିଆ ରୋଗ ବ୍ୟାପିଥାଏ l କିନ୍ତୁ ଏହା ଡେଙ୍ଗୁ ଭଳି ଏତେ ଅଧିକ ଗମ୍ଭୀର ନୁହେଁ l ଏହି ଜ୍ୱର ହେବା ଦ୍ୱାରା ଗଣ୍ଠି ଯନ୍ତ୍ରଣା , ଜ୍ୱର, ଦୁର୍ବଳ ଲାଗିଥାଏ l
– ୱେଷ୍ଟ ନାଇଲ ଜ୍ୱର : ଏହି ରୋଗ ଏଡିଜ ଏଲବୋପିକ୍ଟସ ମଶା କାରଣରୁ ହୋଇଥାଏ l ଏହାଦ୍ୱାରା ଜ୍ୱର ସହିତ ମୁଣ୍ଡବିନ୍ଧା, ମସଲସ ପେନ , ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଯାଇ ଥାଏ l ଏହି ଜ୍ୱର ସିଧା ସଳଖ ଭାବରେ ବ୍ରେନ କୁ ପ୍ରଭାବିତ କରିଥାଏ l
– ଇଷ୍ଟର୍ନ ଇକ୍ଵାଇନ ଇନ୍ସେ ଫଲଇଟିସ : ଏହି ରୋଗ ମନୁଷ୍ୟ ମାନଙ୍କ ନିକଟରେ କମ ଓ ଘୋଡା ମାନଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ l ଏଡ଼ିଜ ଏଲବୋପିକ୍ଟସ ମଶା କାମୁଡିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ l ଅନେକ ସମୟରେ ମୃତ୍ୟୁ ମୁଖକୁ ଟାଣି ନେଇଥାଏ l ଏହାର ଲକ୍ଷଣ ହେଲା ଜ୍ୱର, ମୁଣ୍ଡବିନ୍ଧା, ତରଳ ଝାଡା, ଅଧିକ ନିଦ ଲାଗିବା, ବେହୋସ ହେବା ଇତ୍ୟାଦି ସାମିଲ ରହିଥାଏ l
– ଜିକା ଭାଇରସ : ଭାରତ ରେ ଏଡ଼ିଜ ଏଲବୋପିକ୍ଟସ ମଶା କାରଣରୁ ଜିକା ଭାଇରସ ର ଉତ୍ପତି ହୋଇଛି l ପରେ ଏହା ଶାରୀରିକ ସମ୍ବନ୍ଧ କାରଣରୁ ବ୍ୟାପିଥାଏ l ଯଦି ଗର୍ଭବତୀ ମହିଳାଙ୍କୁ ଏହି ଭାଇରସ ଆକ୍ରାନ୍ତ କରିଥାଏ ତେବେ ଗର୍ଭସ୍ଥ ଶିଶୁ ମଧ୍ୟ ଆକ୍ରାନ୍ତ ହୋଇଥାଏ l