Odisha news

ହିନ୍ଦୁ ବିବାହ ସମୟରେ କାହିଁକି ବର ଓ ବଧୂ ଙ୍କର ହସ୍ତ ଗଣ୍ଠି ପଡିଥାଏ ? ଜାଣନ୍ତୁ ଏହାର ପ୍ରକୃତ ମହତ୍ୱ

0

ହିନ୍ଦୁ ବିବାହର ରୀତିନୀତି ଖୁବ ଦୀର୍ଘ ହୋଇଥାଏ l ଯାହାକୁ ପାଳନ କରିବା ଆମ ପକ୍ଷରେ ଖୁବ କଷ୍ଟକର ହୋଇଥାଏ l ଛୋଟ ବଡ ଅନେକ ନୀତି ନିୟମ ଏହାର ଗୋଟିଏ ଗୋଟିଏ ଅଂଶ ଅଟେ l  କିନ୍ତୁ ହିନ୍ଦୁ ବିବାହର ପ୍ରତ୍ୟେକ ରୀତିନୀତି ର କିଛି ନା କିଛି ମହତ୍ୱ ରହିଛି l ନିର୍ବନ୍ଧ ଠାରୁ ନେଇ ହାତ ଗଣ୍ଠି ପଡିବା ପର୍ଯ୍ୟନ୍ତରେ ସୀମିତ ରହି ନଥାଏ, ଏହାପରେ ଅନେକ ଗୁଡିଏ ରୀତିନୀତି ମଧ୍ୟ ରହିଥାଏ l କିନ୍ତୁ ହିନ୍ଦୁ ବିବାହ ରେ ହସ୍ତଗଣ୍ଠି ର ଖୁବ ମହତ୍ୱ ରହିଛି l

– ହସ୍ତଗଣ୍ଠି ର ଅର୍ଥ କଣ –
ଏହା ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ପବିତ୍ର ବନ୍ଧନ ଅଟେ l  ଏହା ବର ବଧୂଙ୍କ ସମ୍ପର୍କ କୁ ମଜବୁତ କରିଥାଏ l  ଏହାକୁ କୁହାଯାଏ ଗୋଟିଏ ସଦ୍ଭାବନା ର ବନ୍ଧନ ର ପ୍ରତୀକ, ତେଣୁ ଏହାକୁ ବିବାହର ପବିତ୍ର ସୂଚକ ଭାବରେ ଗ୍ରହଣ କରାଯାଏ l

– ହସ୍ତ ଗଣ୍ଠିର ମହତ୍ୱ –
ଏହା ଉଭୟ ଙ୍କୁ ଯୋଡିବାର ଗୋଟିଏ ପ୍ରକ୍ରିୟା ଅଟେ l ଏହା ଏଥିପାଇଁ ବିବାହ ମଣ୍ଡପ ରେ ଏହି ନିୟମ ର ଖୁବ ମହତ୍ୱ ରହିଛି l ଏହା ଉଭୟ ବ୍ୟକ୍ତିଙ୍କ ମଧ୍ୟରେ ଅତୁଟ ବୈବାହିକ ବନ୍ଧନ ର ପ୍ରତୀକ ଅଟେ l  ଯେଉଁ କାରଣରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ସୁରକ୍ଷିତ ରହିଥାଏ l

– ଭାରତୀୟ ହିନ୍ଦୁ ପରମ୍ପରା ଅନୁସାରେ ଏହା ପୁରାଣ ଯୁଗରୁ ରହି ଆସିଛି l ଯାହାକୁ ହିନ୍ଦୁ ଧର୍ମର ଗୋଟିଏ ଅଂଶ ଭାବରେ ଗ୍ରହଣ କରା ଯାଇଛି l  ଏହା ହସ୍ତ ଗଣ୍ଠି ସମ୍ପର୍କ ରେ ପବିତ୍ରତା ଆଣିଥାଏ l
ଏହାଛଡା ଘରକୁ ସୁନ୍ଦର କରି ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l

– ହସ୍ତଗଣ୍ଠି ସ୍ତ୍ରୀକୁ ତ୍ୟାଗ ଶିଖାଇ ଥାଏ, ପୁରୁଷ କୁ ସ୍ନେହ ଶିକ୍ଷା ଦେଇଥାଏ, ସ୍ତ୍ରୀ ମନରେ ସରଳତା ଓ ବିନମ୍ରତା ଭରିଥାଏ ହସ୍ତଗଣ୍ଠି l ତେଣୁ ସମ୍ପୂର୍ଣ ଭାବରେ ଦେଖିବାକୁ ଗଲେ ହିନ୍ଦୁ ବିବାହ ରେ ସମ୍ପର୍କ କୁ ନିବିଡ଼ କରିଥାଏ ହସ୍ତଗଣ୍ଠି l

– ଏହା ଦୁଇ ପରିବାରରରେ ଗୋଟିଏ ବନ୍ଧ ଭଳି କାର୍ଯ୍ୟ କରିଥାଏ l ଯାହାକି ଦର୍ଶାଇ ଥାଏ ଯେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ନେଇ ନେଇ ଦୁଇଟି ଅପରିଚିତ ପରିବାର ଯୋଡି ହୋଇ ଜୀବନ କୁ ଆଗକୁ ବଢ଼ାଇ ଥାଆନ୍ତି l

Govt
Leave A Reply