Odisha news

ଭାରତର ଏହିସବୁ ସ୍ଥାନକୁ କଦାପି ପରିବାର ସହିତ ଯିବା ଉଚିତ ନୁହେଁ , କଣ ରହିଛି ଏହା ପଛର କାରଣ

0

ଆମେ ନିଜ ପରିବାର ସହିତ ଅନେକ ଥର ବାହାର ସ୍ଥାନକୁ ଟ୍ରିପ ରେ ଯାଇଥାଉ , କିନ୍ତୁ କିଛିଟା ସ୍ଥାନରେ ଆମେ ଅସହଜ ଅନୁଭବ କରିଥାଉ l ଏମିତି ସ୍ଥିତିରେ ଆମେ ଯଦି ଆଵାପନ ଫାମିଲି ଟ୍ରିପ ପ୍ଲାନ କରୁଛନ୍ତି ତେବେ ଭାରତର କିଛିଟା ଜାଗା ବିଷୟରେ ନିହାତି ଜାଣିବା ଜରୁରୀ l ଆସନ୍ତୁ ଜାଣିବା ସେହି ସ୍ଥାନ ଗୁଡିକ ବିଷୟରେ l

– ଗୋଆ ର ଓଜରାନ ବିଚ –
ଅନେକ ଲୋକ ପରିବାର ସହିତ ଗୋଆ ଯିବାକୁ ଇଛା କରିଥାଆନ୍ତି , ସେମାନେ ନିହାତି ଜାଣିବା ଉଚିତ l  ଗୋଆରେ ଅନେକ ଗୁଡିଏ ବିଚ ରହିଛି, କିନ୍ତୁ ଏହି ବୀଚ ବୁଲିବା ସମୟରେ ଆପଣ ଓଜରାନ ବିଚ କଦାପି ଯିବା ଉଚିତ ନୁହେଁ l  ବିଶେଷ ଭାବରେ ଏହି ସ୍ଥାନଟିକୁ ଗୋଆ ରେ ପରିବାର ସହିତ ଯିବା ଉଚିତ ନୁହେଁ l କାହିଁକି ନା ଏହି ବୀଚ ଟି ଖୁବ ସୁନସାନ ଅଟେ l

– ହିମାଚଳ ପ୍ରଦେଶ ର କସୋଲ –
ପାହାଡିଆ ଅଂଚଳ ର ମଜା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ହିମାଚଳ ପ୍ରଦେଶ ଯିବା ଜରୁରୀ ଅଟେ l  କିନ୍ତୁ ହିମାଚଳପ୍ରଦେଶ ରେ ଏଭଳି ଗୋଟିଏ ସ୍ଥାନ ରହିଛି ଯେଉଁଠିକୁ ଆପଣ ପରିବାର ସହିତ ଯିବା ଉଚିତ ନୁହେଁ l  ଏହି ସ୍ଥାନଟି ହେଉଛି କସୋଲ , ଯେଉଁଠିକୁ ବିଦେଶୀ ପର୍ଯ୍ୟଟକ ଅଧିକ ଯାଇ ଥାଆନ୍ତି ଓ ସବୁବେଳେ ଏଠାରେ ମଦ ଏବଂ ମାଂସ ର ପାର୍ଟ ଚାଲିଥାଏ l

– ହିମାଚଳପ୍ରଦେଶ ର ମଣାଲା –
ଆପଣ ଏହି ସ୍ଥାନଟି କୁ ନିଜ ବନ୍ଧୁଙ୍କ ସହିତ ଯାଇ ପାରିବେ କିନ୍ତୁ ପରିବାର ସହିତ ନୁହେଁ l  ଏଠାରେ ବିଦେଶୀ ମାନେ ନିଶା ଦ୍ରବ୍ୟ ଅଧିକ ସେବନ କରି ଥାଆନ୍ତି l  ତେଣୁ ଏହି ସ୍ଥାନକୁ ପରିବାର ନେଇ ଯିବା ଉଚିତ ନୁହେଁ l

Govt
Leave A Reply