ପିପିଲି- ଶୁକ୍ରବାର ସକାଳ ସାତଟା ବେଳେ ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ସାତସଂଖ ନିକଟରେ ଏକ ବାଇକ୍ ଦୁର୍ଘଟଣାର ସମୟ ଖବର କାଗଜର ସାମ୍ୱାଦିକ ଅଶୋକ ପଣ୍ଡା ଙ୍କର ମୃତ୍ୟୁ ହୋଇଅଛି। ଜଣାଯାଏ ଅଶୋକ ଏକ ହିରୋହୁଣ୍ଡା ଗ୍ଲାମର ବାଇକ୍ ଯୋଗେ ରଥଯାତ୍ରାର ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ପିପିଲି ଥାନା ଅନ୍ତର୍ଗତ ସାତସଂଖ ନିକଟରେ ବାଇକ୍ ଟି ଦୁର୍ଘଟଣା ଗ୍ରସ୍ଥ ହୋଇ ଥିଲା, ବାଇକ୍ ଚାଳକ ଶ୍ରୀଯୁକ୍ତ ପଣ୍ଡା ରାସ୍ତାରେ ପିଟି ହୋଇ ଗୁରୁତର ହୋଇ ଥିଲେ। ଘଟଣା ସ୍ଥଳରୁ ସାତସଂଖ ଫାଣ୍ଡି ପୋଲିସ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ପଠାଇଥିଲେ, ମାତ୍ର ସେଠାରୁ ଭୁବନେଶ୍ୱର ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଯୁକ୍ତ ପଣ୍ଡା ଜଣେ ଫଟୋ ସାମ୍ୱାଦିକ ଭାବେ ରାଜ୍ୟରେ ବେଶ୍ ସୁନାମ ଅର୍ଜନ କରିଥିଲେ।ସେ ଦୀର୍ଘ ଦିନ ହେଲା ସମୟ ଖବର କାଗଜ ସହିତ ଜଡିତ ଥିଲେ। ତାଙ୍କ ମୃତ୍ୟୁରେ ସାମ୍ୱାଦିକ ମହଲରେ ସୋକର ଛାୟା ଖେଳିଯାଇଛି।