Odisha news

କ୍ରୀଡ଼ା ଓ ଜାତୀୟତା

0

ଗୋପୀନାଥ ଦାସ : ବିଗତ ଶତାବ୍ଦୀର ସର୍ବକାଳୀନ ଶ୍ରେଷ୍ଠ କ୍ରୀଡ଼ାବିତ୍ ହକି ଯାଦୁଗର ଓ ଭାରତକୁ ବିଶ୍ୱ ହକିର ସର୍ବୋଚ୍ଚ ସୋପାନରେ ପହଞ୍ଚାଇଥିବା ଧ୍ୟାନଚାନ୍ଦଙ୍କର ଅତୁଳନୀୟ ଅବଦାନକୁ ମନେପକାଇ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଛି । ଧ୍ୟାନଚାନ୍ଦ ଜଣେ ମହାନ ଜାତୀୟବାଦୀ ଓ ଜାତିକ୍ରମରେ ଉଦ୍ବୃଦ୍ଧ ବ୍ୟକ୍ତିଥିଲେ । ଜାତୀୟତା ଭାବପ୍ରସାରଣରେ କ୍ରୀଡ଼ା ହେଉଛି ସର୍ବୋକ୍ରୃଷ୍ଟ ମାଧ୍ୟମ ଏହାକୁ ମର୍ମେ ମର୍ମେ ଅନୁଭବ କରି ହକି ଖେଳକୁ ଜାତୀୟ ଭାବନା ଓ ପ୍ରାଣର ସ୍ପନ୍ଦନରୂପେ ଉଦ୍ଜୀବିତ କରିପାରିଥିଲେ । ଧ୍ୟାନଚାନ୍ଦଙ୍କ ଦେଶାତ୍ମବୋଧର ଉଦାହରଣ ଦେବାର ଉଦେ୍ଦଶ୍ୟ ହେଉଛି ଯେ, କ୍ରୀଡ଼ା ହେଉଛି ଏପରି ଏକ ବୈଭବ ଓ ପ୍ରବୃତ୍ତି, ଯାହା ପ୍ରତ୍ୟେକ ବ୍ୟକ୍ତିକୁ ଦେଶପ୍ରେମରେ ଉଦ୍ବୁଦ୍ଧ ହେବାକୁ ଅନୁପ୍ରାଣିତ କରିବା ସହ ବିଭିନ୍ନ ଦେଶ ଓ ବିଭିନ୍ନ ଜାତି ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବନାର ଏକ ସଂଯୋଗ ସେତୁ ଭାବେ କାର୍ଯ୍ୟ କରେ ।

କୁହାଯାଏ ଯୁଦ୍ଧ ବ୍ୟତୀତ ଆଉ କୌଣସି କଥା ସମଗ୍ର ଦେଶକୁ ଏକତାର ଡୋରୀରେ ବାନ୍ଧି ପାରୁଥାଏ ତାହା ହେଉଛି କ୍ରୀଡ଼ା । ସମ୍ଭବତଃ ସେଥିପାଇଁ ଅଲମ୍ପିକ୍ କ୍ରୀଡ଼ାକୁ ବିନା ଅସ୍ତ୍ରରେ ବିଶ୍ୱଯୁଦ୍ଧର ଆଖ୍ୟା ଦିଆଯାଏ । କ୍ରୀଡ଼ା ମାଧ୍ୟମରେ ଯୁବଶକ୍ତି ନିଜ ଶକ୍ତି ଓ ସାମର୍ଥ୍ୟକୁ ସତ୍ମାର୍ଗରେ ଉପଯୋଗ କରିବା ସହ ଭବିଷ୍ୟତର ସୁସ୍ଥ ଜୀବନ ପାଇଁ ମୂଳଦୁଆ ପକାଇଥାଏ । ଜଣେ ଉନ୍ନତ କ୍ରୀଡ଼ାବିତ୍ ଗଢ଼ିବା ପାଇଁ ପିଲାବେଳୁ ଭିତ୍ତିଭୂମି ପଡ଼ିଥାଏ । କିନ୍ତୁ କ୍ଷୋଭର ପ୍ରସଙ୍ଗ ସରକାରୀସ୍ତରରେ କ୍ରୀଡ଼ାକୁ ସେପରି ପ୍ରୋତ୍ସାହନ ମିଳିନଥାଏ । ଦେଖାଯାଉଛି ପ୍ରତି ବର୍ଷ କ୍ରୀଡ଼ା ବଜେଟ୍ରେ ସେପରି କିଛି ପ୍ରୋତ୍ସାହନ ମୂଳକ କିମ୍ବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଯୋଜନା ରହିନଥାଏ ।

ପରିତାପର ବିଷୟ ଆମ ଦେଶରେ ଆଜି ପର୍ଯ୍ୟନ୍ତ କ୍ରୀଡ଼ାକୁ ଆମେ ଜୀବନର ମୁଖ୍ୟ ସ୍ରୋତରେ ସାମିଲ କରିପାରୁନାହୁଁ । ସ୍ୱାଧୀନତା ପୂର୍ବରୁ ଏବଂ ପରବର୍ତ୍ତୀ ଷାଠିଏ ଦଶକ ପର୍ଯ୍ୟନ୍ତ ହକି କ୍ରୀଡ଼ାରେ ଅପ୍ରତିନ୍ଦ୍ୱନ୍ଦୀ ବିଶ୍ୱ ଚମ୍ପିଆନ ଥିଲୁ । ଏବଂ ଏହି ସଫଳତାର ଆଦ୍ୟଜନକ ଥିଲେ ସ୍ୱର୍ଗତଃ ଧ୍ୟାନଚାନ୍ଦ । କୁହାଯାଏ ଯେ, ତତ୍କାଳୀନ ଜର୍ମାନର ଏକଛତ୍ରବାଦୀ ଶାସକ ଧ୍ୟାନଚାନ୍ଦଙ୍କର ଅପୂର୍ବ କ୍ରୀଡ଼ା କୌଶଳରେ ଆତ୍ମହରା ହୋଇ ତାଙ୍କୁ ଜର୍ମାନ ସେନାର ସର୍ବୋଚ୍ଚ ସମ୍ମାନରେ ସମ୍ବର୍ଦ୍ଧିତ କରିବା ପାଇଁ ଇଛାବ୍ୟକ୍ତ କରିଥିଲେ । କିନ୍ତୁ ଦେଶପ୍ରେମୀ ଧ୍ୟାନଚାନ୍ଦ ବିନମ୍ରତାର ସହ ଏହି ଉପହାରକୁ ପ୍ରତ୍ୟାଖାନ କରିଥିଲେ । ସଂଯୋଗ ବଶତଃ ସେହିଦିନଟି ଥିଲା ୧.୦୯.୧୯୩୬ ମସିହାର ଅଗଷ୍ଟ ପନ୍ଦର ତାରିଖ ଓ ତାହାର ଏଗାର ବର୍ଷ ପରେ ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତିଲାଭ କରି ସ୍ୱାଧୀନ ରାଷ୍ଟ୍ର ଭାବରେ ପରିଚିତ ହୋଇଥିଲା । ସଂପ୍ରତି ଲୋକପ୍ରିୟ କ୍ରିକେଟ ଖେଳପରି ହକି କିମ୍ବା ଫୁଟ୍ବଲ ଖେଳ ସେପରି ଲୋକପ୍ରିୟତା ପାଇପାରୁନାହିଁ । କାରଣ କ୍ରିକେଟ ଖେଳପରି ପ୍ରାଚୀନ ହକି ଖେଳକୁ ସେପରି ପ୍ରୋତ୍ସାହନ ଓ ସମର୍ଥନ ମିଳୁନାହିଁ ।

ସଂପ୍ରତି ଅଲମ୍ପିକ କ୍ରୀଡ଼ା ଏକ ମହାନ ଗଣଆନେ୍ଦାଳନରେ ପରିଣତ । ପ୍ରତ୍ୟେକ କ୍ରୀଡ଼ାବିତ୍ର ମନର କେଉଁ ଏକ ନିବୃତ୍ତ କୋଣରେ ଅଲମ୍ପିକ୍ରେ ଏହି ପଦକ ହାସଲ କରିବାର ର୍ଦୁବାର ଆକା„ା ଲୁଚି ରହିଥାଏ । ଏହାର କାରଣ ହେଉଛି ଏହା ସମଗ୍ର ଜାତି ସମକ୍ଷରେ ତା’ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ । ଏହାର ବଳିଷ୍ଠ ଉଦାହରଣ ହେଉଛି ୧୯୬୦ରେ ରୋମ୍ ଅଲମ୍ପିକ ପୁରୁଷ ହକି ଫାଇନାଲରେ ଭାରତ ତାର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ଥାନ ଠାରୁ ପରାସ୍ତ ହୋଇଥିଲା । ସମଗ୍ର ପାକିସ୍ଥାନ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଭାରତୀୟଙ୍କ ମନରେ ପରାଜୟର ଗ୍ଲାନି ଛାଇ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୬୪ରେ ଟୋକିଓ ଅଲମ୍ପିକରେ ଏହାର ପ୍ରତିଶୋଧ ନେଇ ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା । ସେହିପରି ସୋଭିଏତ୍ ଗଣରାଜ୍ୟର ପତନ ହେବାପରେ ଚାଇନା ନିଜକୁ ଆମେରିକାର ସଫଳ ପ୍ରତିନ୍ଦ୍ୱନ୍ଦ୍ୱୀଭାବେ ଗଢ଼ି ତୋଳିବାକୁ ପ୍ରୟାସ ଜାରି ରଖିଛି । କ୍ରୀଡ଼ାର ସଫଳତା ଏବଂ କ୍ରୀଡ଼ା ବିକାଶ ପାଇଁ ଯାହା ସବୁଠାରୁ ଅଧିକ ପ୍ରୟୋଜନୀୟ ତାହା ହେଉଛି ଏକ ସ୍ୱଚ୍ଛ ଓ ସଂସ୍କୃତି ସମ୍ପନ୍ନ କ୍ରୀଡ଼ା ସଂସ୍କୃତିର ଅଭୁ୍ୟଦୟ ।

ଯାହାଦ୍ୱାରାକି କ୍ରୀଡ଼ା ଆମ ଜୀବନଧାରାରେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବ ଯାହାଦ୍ୱାରା ଭାରତ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବାରେ ସମର୍ଥ ହୋଇପାରିବ । ତେଣୁ ଏ କ୍ଷେତ୍ରରେ ପ୍ରତ୍ୟେକ ଭାରତୀୟଙ୍କ ଏକ ଗୁରୁଦାୟିତ୍ୱ ରହିଛି ଆମର ଜାତୀୟତା, ଐକ୍ୟବଦ୍ଧତାକୁ ପ୍ରମାଣିତ କରିବାର ପ୍ରକୋଷ୍ଠ ସମୟ ପହଞ୍ଚôଛି କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହିତ କରିବା ସହ ବଣମଲ୍ଲୀପରି ପ୍ରତିଭା ଥାଇବି ଛୋଟ ଛୋଟ କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ସେମାନଙ୍କ ପ୍ରତିଭାକୁ ବିକଶିତ କରିବାର ଦାୟିତ୍ୱ ସମସ୍ତଙ୍କର । ଖୁସିର କଥା କିଛି ବେସରକାରୀ ଓ ସମାଜସେବୀ ସଙ୍ଗଠନ କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏ କ୍ଷେତ୍ରରେ କ୍ରୀଡ଼ାପ୍ରତି ଶ୍ରଦ୍ଧା ଓ ଆନ୍ତରିକ ରଖିବା ସହ ଶୁଭ କଲ୍ୟାଣ କରିବା ଦାୟିତ୍ୱ ବି ସମସ୍ତଙ୍କର ।

Leave A Reply