Odisha news

ଅର୍ଥାରlଇଟିସ ରିମେଡ଼ିଜ : ଗଣ୍ଠି ଫୁଲିବା ସହିତ ଗଣ୍ଠି ଯନ୍ତ୍ରଣା ହୋଇପାରେ ଅର୍ଥାରlଇଟିସ ର ଲକ୍ଷଣ ଏଭଳି ଭାବରେ ନିଜକୁ ରଖନ୍ତୁ ସୁସ୍ଥ

0

ବାର୍ଦ୍ଧକ୍ୟ ଅବସ୍ଥା ଆସିଲେ ଅନେକ ଗୁଡିଏ ସମସ୍ୟାର ସମୁଖୀନ ହୋଇଥାଉ ସେଥିରୁ ଗୋଟିଏ କାରଣ ହେଉଛି ଅର୍ଥାରlଇଟିସ l  ଅର୍ଥାରlଇଟିସ ଗୋଟିଏ ଏଭଳି ରୋଗ, ଯାହାଦ୍ୱାରା ହାଡ଼ ଓ ଗଣ୍ଠିରେ ଗଭୀର ଯନ୍ତ୍ରଣା ଅନୁଭୂତ ହୋଇଥାଏ l ୫୦ ବର୍ଷ ବୟସ ପରେ  ଅର୍ଥାରlଇଟିସ ସମସ୍ୟା ଦେଖାଯିବା ଗୋଟିଏ ସାଧାରଣ କଥା, କିନ୍ତୁ ଆଜିକାଲିର ଜୀବନଚର୍ଯ୍ୟା କାରଣରୁ ଖୁବ କମ୍ ବୟସରେ ଲୋକଙ୍କୁ  ଅର୍ଥାରlଇଟିସ ସମସ୍ୟା ଦେଖା ଦେଉଛି l ଆସନ୍ତୁ ଜାଣିବା  ଅର୍ଥାରlଇଟିସ ର ଘରୋଇ ଉପଚାର l

– ଅଦା ଖୁବ ଉପକାରୀ –
ଅର୍ଥାରlଇଟିସ ଯନ୍ତ୍ରଣା କୁ ଦୂର କରିବା ପାଇଁ ଅଦା ର ବ୍ୟବହାର କରିପାରିବେ l ଅଦା ରେ ଯନ୍ତ୍ରଣା ନିବାରକ ଗୁଣ ରହିଛି l ଯାହା ଯନ୍ତ୍ରଣା କମାଇବାରେ ସାହାଯ୍ୟ କରିଥାଏ l  ଅର୍ଥାରlଇଟିସ ସମସ୍ୟା ଦେଖ ଦେଲେ ୬ ଚାମଚ ଶୁଣ୍ଠୀ ଗୁଣ୍ଡ, ୬ ଚାମଚ କଳା ଜୀରା ଗୁଣ୍ଡ ଓ ୩ ଚାମଚ ଗୋଲ ମରିଚ ଗୁଣ୍ଡ ରେ ମହୁ ମିଶାଇ ଗୋଟିଏ ପେଷ୍ଟ ତିଆରି କରନ୍ତୁ l ଏହାକୁ ଦିନକୁ ୩ଥର ଉଷୁମ ପାଣି ସହିତ ସେବନ କରନ୍ତୁ l

– ଆପେଲ ସାଇଡ଼ର ଭିନେଗାର –
ଆପେଲ ସାଇଡ଼ର ଭିନେଗାର ରେ ଭରପୁର ମାତ୍ରା ରେ କ୍ୟାଲସିୟମ୍, ମିନେରାଲସ, ପୋଟାସିୟମ୍, ଓ ଫସଫରସ ରହିଥାଏ l ଯାହାକି ଗଣ୍ଠି ଯନ୍ତ୍ରଣାକୁ କମାଇବାରେ ସାହାଯ୍ୟ କରିଥାଏ l  ଅର୍ଥାରlଇଟିସ ରୋଗୀମାନେ ନିୟମିତ ଗୋଟିଏ ଚାମଚ ଆପେଲ ସାଇଡ଼ର ଭିନେଗାର ରେ ଗୋଟିଏ କପ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ l

– ସୋରିଷ ତେଲ –
ଗଣ୍ଠି ଯନ୍ତ୍ରଣା ପାଇଁ ସୋରିଷ ତେଲ ଖୁବ ଉପଯୋଗୀ l ସୋରିଷ ତେଲ ମାଲିସ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l ଏହାଛଡା ଗଣ୍ଠି ଗୁଡିକ ମଧ୍ୟ ଶକ୍ତ ହୋଇଥାଏ ଓ ଯନ୍ତ୍ରଣା ରୁ ଆରାମ ମିଳିଥାଏ l

Leave A Reply