Odisha news

ଦୂତି, ବୀରେନ୍ଦ୍ର, ଦୀପ୍‌ଗ୍ରେସ୍‌ ପାଇବେ ଅର୍ଜୁନ ସମ୍ମାନ

0

ଭୁବନେଶ୍ୱର, ୧୮ା୮   : ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଖୁସିର ଖବର । ଏକା ସଙ୍ଗରେ ଏଥର ତିନିଜଣ ଓଡ଼ିଆ ଅଲିମ୍ପିଆନ୍‌ ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଛନ୍ତି। ଦୌଡ଼ରାଣୀ ଦୂତି ଚାନ୍ଦ, ପୁରୁଷ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପ୍‌ଗ୍ରେସ୍‌ ଏMା (ମହିଳା ହକି) ଅର୍ଜୁନ ପୁରସ୍କାର ପାଇବେ । ଏମାନଙ୍କ ବ୍ୟତୀତ ମୋଟ ୨୯ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଚୟନ ପାଇଁ ମନୋନୀତ କରିଛି । ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଅର୍ଜୁନ ପୁରସ୍କାର ତାଲିକାରେ ସ୍ଥାନ ପାଇଛନ୍ତି । ସେହିଭଳି ପୁରୁଷ ରିକର୍ଭ ଆର୍ଚର ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କବାଡ଼ି ଖେଳାଳି ଦୀପକ୍‌ ହୁଦା, ଟେନିସ ଖେଳାଳି ଦିଭିଜ ଶରଣଙ୍କ ନାମ ଏହି ତାଲିକାରେ ସାମିଲ ଅଛି ।୩୧ ବର୍ଷୀୟ ଇଶାନ୍ତ ଶର୍ମା ଟିମ୍‌ ଇଣ୍ଡିଆ ପାଇଁ ୯୭ଟି ଟେଷ୍ଟ ଓ ୮୦ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ସେ ୪୦୦ରୁ ଊଦ୍ଧ୍ୱର୍ଅ ନ୍ତର୍ଜାତୀୟ ୱିକେଟ୍‌ ଅକ୍ତିଆର କରିଛନ୍ତି ।

Leave A Reply