ମୁମ୍ବାଇ : ୧୯୮୭ ରେ ଦୂରଦର୍ଶନ ରେ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ର ମଙ୍ଗଳବାର ଦିନ ହୃଦ୍ ଘାତ ରେ ମୃତ୍ୟୁ ହୋଇଛି । ସେ ୮୨ ବର୍ଷର ଥିଲେ ଏବଂ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିଲେ ।
ଅରବିନ୍ଦ ତ୍ରିବେଦୀ ଜଣେ ଖୁବ୍ ଭଲ କଳାକାର ଥିଲେ । ତାଙ୍କ କଳା ପ୍ରତିଭା ଦ୍ଵାରା ସେ ସମସ୍ତଙ୍କୁ ଆକୃଷ୍ଟ କରି ପାରିଥିଲେ ।
ଅରବିନ୍ଦ ତ୍ରିବେଦୀଙ୍କ ପୁତୁରା କାୖସ୍ତଵ ତ୍ରିବେଦୀ ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଗତ କିଛି ବର୍ଷ ହେଲାଣି ତାଙ୍କ ଚାଚା ରୋଗଗ୍ରସ୍ତ ଥିଲେ l ଗତ ତିନି ବର୍ଷ ହେଲାଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଛି ଅଧିକ ବିଗିଡ଼ିବାକୁ ଲାଗିଥିଲା l ଏପରି ସ୍ତିତିରେ ସେ ଅନେକ ଥର ଡାକ୍ତର ଖାନରେ ଭର୍ତି ହୋଇଛନ୍ତି l ମଙ୍ଗବାର ଦିନ ରାତି ୯.୩୦ ମିନିଟ ସମୟରେ ହୃଦଘାତରେ ନିଜ ବାସ ବାସଭବନରେ ମୃତ୍ୟୁ ବରଣ କଲେ l ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ l

Comments are closed.