Odisha news

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ‘ଆପ୍‌’ର ସଂଗ୍ରାମ ପ୍ରତି ସମର୍ଥନ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ‘ଶିବସେନା(ୟୁବିଟି)’ର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ମୁମ୍ବାଇସ୍ଥିତ ବାସଭବନରେ ଭେଟିଲେ

0

ମୁମ୍ବାଇ: ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ‘ଆପ୍‌’ର ସଂଗ୍ରାମ ପ୍ରତି ସମର୍ଥନ ଲୋଡ଼ିବା ଲାଗି ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ‘ଶିବସେନା(ୟୁବିଟି)’ର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ମୁମ୍ବାଇସ୍ଥିତ ବାସଭବନରେ ଭେଟିଛନ୍ତି।

କେଜ୍ରିୱାଲ୍‌ଙ୍କ ସହିତ ଥ‌ିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ‘ଆପ୍‌’ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ, ରାଘବ ଚଢ଼ା ଓ ଦିଲ୍ଲୀ ମନ୍ତ୍ରୀ ଆତିଶୀ।

ଏହାଛଡ଼ା, କେନ୍ଦ୍ର ସରକାରଙ୍କ ଉପରୋକ୍ତ ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇବା ଲାଗି ‘ଆପ୍‌’ ମୁଖ୍ୟ କେଜ୍ରିୱାଲ୍‌ ‘ଏନ୍‌ସିପି’ ଅଧ୍ୟକ୍ଷ ଶରଦ ପାୱାର୍‌ଙ୍କୁ ମଧ୍ୟ ଭେଟିବେ।

ସୂଚନାଯୋଗ୍ୟ,‌ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସଂଗ୍ରାମ ପାଇଁ ସମର୍ଥନ ପାଇବାଲାଗି ଦେଶବ୍ୟାପୀ ସମର୍ଥନ ପାଇବା ଅଭିଯାନରେ ମଙ୍ଗଳବାର ଦିନ କେଜ୍ରିୱାଲ୍‌ ଏବଂ ମାନ୍‌ କୋଲ୍‌କାତାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।

ଦିଲ୍ଲୀରେ ‘ଗ୍ରୁପ୍‌-ଏ’ ଅଫିସର୍‌ମାନଙ୍କ ବଦଳି ଓ ନିଯୁକ୍ତି ଉପରେ କର୍ତ୍ତୃତ୍ବ ହାସଲ କରିବା ଲାଗି ଶୁକ୍ରବାର ଦିନ କେନ୍ଦ୍ର ସରକାର ଅଧ୍ୟାଦେଶ ଘୋଷଣା କରିଛନ୍ତି। ଏହାକୁ ‘ଆପ୍‌’ ସୁପ୍ରିମ୍‌ କୋର୍ଟଙ୍କ ରାୟର ଅବମାନନା ବୋଲି କହିଛି।

ଉପରୋକ୍ତ କ୍ଷମତା ନିର୍ବାଚିତ ଦିଲ୍ଲୀ ସରକାରଙ୍କ କ୍ଷମତା ପରିସରଭୁକ୍ତ ବୋଲି ଗତ ସପ୍ତାହରେ ଦେଇଥିବା ରାୟରେ ସୁପ୍ରିମ୍‌ କ‌ୋର୍ଟ କହିଥିଲେ।

Leave A Reply