ରାୟଗଡା,୮ ।୯( ରବୀନ୍ଦ୍ର ପାଟଖଣ୍ଡଳ ) କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାରୀ ନିର୍ଯ୍ୟାତନାର ସ୍ୱର ଶୁଭିଲା ରାୟଗଡ଼ା ସହର କପିଳାସ ଛକରେ ସାଂସଦ ମହାନ୍ତିଙ୍କ କୁଶ ପୁତଳିକା ଦାହ କରିବା ସହ ନାରାବାଜି କରିଥିଲେ ବିଜେପି ମହିଲା ମର୍ଚ୍ଚା । ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଘରୋଇ ହିଂସା ମାମଲା ପଦାକୁ ଆସିବା ପରେ ବିଜେପି ଏହାକୁ ପ୍ରମୁଖ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇଛି ।
ସାଂସଦ ଅନୁଭବ ମହାନ୍ତିଙ୍କ ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବାରୁ ବିଜେପି ମହିଳା ଦଳ ସରକାରଙ୍କ ଦ୍ୱାରା ପ୍ରଚାର କରାଯାଉଥିବା ନାରୀକୁ ସମ୍ମାନ ଉପରେ ପ୍ରଶ୍ନବାଚୀ କରିଛନ୍ତି ବିଜେପି ନେତ୍ରୀମାନେ । ଆଜି ରାୟଗଡା ମହିଳା ମୋର୍ଚ୍ଚା ତରଫରୁ ସାଂସଦ ଶ୍ରୀମହାନ୍ତିଙ୍କୁ ବିରୋଧ କରି କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାଂସଦଙ୍କ ବିରୋଧରେ ନାରାବାଜି କରିବା ସହ ବିଜେପି ମହିଳା କର୍ମୀ ମାନେ କୁଶ ପୁତଳିକା ଦାହ କରିଥିଲେ ।
ଏଥି ସହ ବର୍ଷା ପ୍ରିୟଦର୍ଶନୀଙ୍କୁ ନ୍ୟାୟ ନ ମିଳିବା ଯାଏଁ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ଆନେ୍ଦାଳନ ସାରା ଓଡିଶାରେ ତୀବ୍ରତର କରାଯିବ ବୋଲି କର୍ମୀ ମାନେ କହିଥିଲେ । ଆଜିର ଏହି ବିକ୍ଷାଭ ପ୍ରଦର୍ଶନରେ ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ଗୌରୀ ମାଣ୍ଡାଙ୍ଗି, ରଂଜନା ଉପାଧେୟା, ଅଶ୍ୱିନୀ କଂଚଡା, ମଇନା ଆଚାଯ୍ୟ, ଭାନୁମତି ମୁଦୁଲି, ଆର.ସୁଜାତା, ଯୁବ ନେତା ବସନ୍ତ ଉଲ୍ଲାକା, ଶ୍ୟାମ ପଣ୍ଡା, ବିଦ୍ୟା ପଣ୍ଡା, କେ.ଭେଙ୍କେଟଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ
