Odisha news

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନାଚେନ୍ ଲୁଟିନେଲେ ଦୃବୁର୍ତ

0

ପିପିଲି,୮ା୯: ଦିନ କୁ ଦିନ ଜାତିୟ ରାଜପଥ ଲୁଟେରାଙ୍କ କବଜା ଭିତରେ ରହିବାରେ ଲାଗିଛି ।ପୁଲିସ ଯେତେ ପେଟ୍ରୋଲିଂ କଡାକଡି କରୁଛି ଲୁଟେରା ମାନେ ସେତେ ଚ୍ୟାଲେଂଜ ଦେଇ ଲୁଟ କରିବାରେ ସଫଳ ହେବା ସହ ମାରଣାସ୍ତ୍ରରେ ଅତ୍ରକିତ ଆକ୍ରମଣ କରି ଅଂଚଳରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି । ଲଗାତାର ଜାତିୟ ରାଜପଥରେ ପୁଲିସକୁ ଭୟ ନକରି ୩ଟି ଘଟଣା ଘଟାଇ ଲୁଟେରା ଲୁଟ କରିବା ସହ ମାରଣାସ୍ତ୍ରରେ ମାରାଣନ୍ତକ ଆକ୍ରମଣ କରି ଚାଲିଛନ୍ତି ।

ଲୁଟେରାଙ୍କ ଶିକାରରେ ଜଣେ ପିପିଲି ଏନଏସି କାର୍ଯ୍ୟଳୟର ମହିଳା କର୍ମଚାରୀ ବାଇକି ଖସି ମୃତୁ୍ୟବରଣ କରିଛନ୍ତି । ତାପରେ ସୋମବାର ରାତି ୯.୩୦ମିନିଟରେ ତେଇସିପୁର ଛକ ନିକଟରେ ଜଣେ ପରିବା ବ୍ୟବସାୟୀକୁ ମାରଣନ୍ତକ ଆକ୍ରମଣ କରି ଲୁଟ କରିବା ଘଟଣା ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ମିଳିଥିବା ସୁଚନା ମୁତାବକ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ତେଇସିପୁର ବଜାର ନିକଟରେ ସୋମବାର ରାତିରେ ଜଣେ ପରିବା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟ୍ ହୋଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ଉକ୍ତ ପରିବା ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ମଙ୍ଗଳପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁସନ୍ଧାନ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି ।ତେଇସିପୁର ପଂଚାୟତ ଅନ୍ତର୍ଗତ ପୋଡଙ୍ଗ ଗ୍ରାମର ନିରଞ୍ଜନ ନାୟକ(୪୮) ଜଣେ ପରିବା ବ୍ୟବସାୟୀ ହୋଇଥିବା ବେଳେ ସେ ପ୍ରତ୍ୟେକ ଦିନ ଅଟୋରେ ପରିବା ନେଇ ଭୁବନେଶ୍ୱରରେ ବ୍ୟବସାୟ କରି ରାତିରେ ଘରକୁ ଫେରିଥାନ୍ତି ।

ଆଜି ରାତି ସାଢେ ୯ଟା ସମୟରେ ସେ ଭୁବନେଶ୍ୱରରୁ ବ୍ୟବସାୟ ସାରି ଏକ ଅଟୋରେ ତେଇସିପୁର ବଜାରରେ ଓହ୍ଲାଇବା ସହ ବଜାର ନିକଟରେ ରଖିଥିବା ନିଜର ବାଇକ୍ର ଚାବି ଖୋଲିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ୩ଜଣ ଦୁର୍ବୁତ ପଛରୁ ଏକ ବାଇକ୍ରେ ଆସି ଖଣ୍ଡାରେ ନିରଞ୍ଜନଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ଫଳରେ ତାଙ୍କ ଡାହାଣ ହାତ, ଜଙ୍ଘ, ପିଚା, ବାମହାତ ଆଙ୍ଗୁଠି କଟି ଯାଇଥିଲା ।

ତାଙ୍କ ପାଖରେ ଥିବା ୫୦ ହଜାର ଟଙ୍କା ସମେତ ସେ ପିନ୍ଧିଥିବା ସୁନାଚେନ୍ ଓ ରୂପା ବ୍ରେସଲେଟ୍କୁ ଲୁଟିନେଇ ଦୁର୍ବୁତ ମାନେ ଆଖି ପିଛୁଳାକେ ସେଠାରୁ ଫେରାର୍ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିସôା ପାଇଁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଅଭିଯୋଗକାରୀ ନିରଞ୍ଜନ ନାୟକ ପିପିଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାଟି ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି କରିଛି । ତତ୍ ସହ ଲୁଟେରାଙ୍କ କବଜାରେ ଜାତିୟ ରାଜପଥ ରହିଥିବା ସହିତ ଦିନ ଓ ରାତି ସମୟରେ ରାସ୍ତାରେ ଏକୁଟିଆ ଯିବାକୁ ନିରାପଦ ମନେ କରୁନଥିବା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

Leave A Reply