Odisha news

ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭି ଚିହ୍ନଟ ହେବା ପରେ ପୁଣି ଝାରସୁଗୁଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳେ ଗଞ୍ଜାମ ଜିଲ୍ଲାରେ ଦୁଇ କରୋନା ପଜିଟିଭି ଚିହ୍ନଟ ହେବା ପରେ ପୁଣି ଝାରସୁଗୁଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ଛୁଇଁଛି। ତେବେ ଝାରସୁଗୁଡ଼ା ଆକ୍ରାନ୍ତ ଜଣକ ଜଣେ ୪୦ ବର୍ଷୀୟା ମହିଳା। ସେ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସି ସଂକ୍ରମିତି ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ଏପଟେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ଯାଜପୁର। ଉଭୟ ଆକ୍ରାନ୍ତ ଓ ସକ୍ରିୟ ସଂକ୍ରମିତ ସଂଖ୍ୟାରେ ଏହା ଖୋର୍ଦ୍ଧା ଜିଲ୍ଲାକୁ ଟପିଯାଇଛି। ଗତକାଲି କେବଳ ଯାଜପୁରରେ ୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର କଟିକଟା ପଞ୍ଚାୟତ ଏବେ କରୋନାର ନୂଆ ହଟ୍‌ସ୍ପଟ୍‌ ପାଲଟିଛି।
Leave A Reply