Odisha news

ଅନୁଗୁଳ ପୁଲିସର ଚଢ଼ାଉ : ବିକ୍ରମ ସାହୁଙ୍କ ସମେତ ୪୩ ଜଣ ଗିରଫ,ବିପୁଳ ପରିମାଣର ଦେଶୀ ମଦ,୧୮ଟି ମୋଟରସାଇକେଲ, ୨୧ଟି ମୋବାଇଲ, ଗୋଟିଏ ଅଟୋରିକ୍ସା ଓ ଗୋଟିଏ ଫଡ ଏଣ୍ଡାଭର କାର ଜବତ

0

ଅନୁଗୁଳ; ଗୁରୁବାର ସକାଳେ ଅନୁଗୁଳ ସହର ଉପକଣ୍ଠରେ ଥିବା ମଦ ଭାଟି ଉପରେ ଅନୁଗୁଳ ପୁଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ପାଉଚ ଜବତ କରିବା ସହ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ସମେତ ୩୦ ଜଣ ମଦ ବେପାରୀ ଏବଂ ୧୨ ଜଣ ମଦ ଭାଟି କର୍ମଚାରୀଙ୍କୁ ଗିରଫ କରାଯାଇଥିବା ଘଟଣା ସମଗ୍ର ଅନୁଗୁଳ ସହରରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ, ସଂମ୍ପ୍ରତି ଦେଶ ତଥା ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମଗ୍ର ଦେଶ, ରାଜ୍ୟ ତଥା ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ସମସ୍ତ ଜନସାଧାରଣ ନିଜ ଘରେ ରହିବା,ଦୋକାନ ବଜାର ବନ୍ଦ ସହ ମଦ ଦୋକାନ ଓ ମଦଭାଟିକୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶ ଜାରି କରାଯାଇଛି ।

ଏହି ଲକ୍ ଡାଉନ୍ ସମୟରେ ବେଆଇନ ଭାବେ ଚୋରାରେ ଚଢ଼ା ଦରରେ ମଦ ବିକ୍ରି କରିବା ପାଇଁ ଅନୁଗୁଳ ସହରର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ ସାହୁ ଙ୍କ କରଡାଗାଡିଆରେ ଥିବା ନିଜର ଦେଶୀ ମଦ ଭାଟିରେ ମଦ ପ୍ରସ୍ତୁତ କରାଯାଉଥିଲା । ଗୁରୁବାର ଭୋର ସମୟରେ ଏହି ବେଆଇନ ତଥା ଚୋରା କାରବାରର କୋ÷ଣସି ସୂତ୍ରରୁ ଖବର ପାଇ ଏସ.ପି ଜଗମୋହନ ମିନାଙ୍କ ନିଦେ୍ର୍ଦଶକ୍ରମେ ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ, ଆଇ ଆଇ ସି ରମେଶ ବିଶୋଇ ପ୍ରମୁଖ ସଦଳବଳେ ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ କରଡାଗାଡିଆସ୍ଥିତ ମଦ ଭାଟିରେ ଅତର୍କିତ ଚଢ଼ାଉ କରିଥିଲେ । ପୁଲିସର ଏହି ଚଢ଼ାଉ ସମୟରେ ସେଠାରୁ ୪୪୪୦ ଲିଟର ଦେଶୀ ମଦ ପାଉଚ, ୬୦୦୦ ଲିଟର ପୋଚ,୩୦ଟି ପ୍ଲାଷ୍ଟିକ ବ୍ୟାରେଲ, ୧୮ଟି ମୋଟରସାଇକେଲ, ୨୧ଟି ମୋବାଇଲ ଫୋନ, ଗୋଟିଏ ଅଟୋରିକ୍ସା ଏବଂ ଗୋଟିଏ ଫଡ ଏଣ୍ଡାଭର କାରକୁ ଜବତ କରାଯାଇଥିବା ବେଳେ ମଦ ଭାଟିର ମାଲିକ ବିକ୍ରମ ସାହୁ ଙ୍କ ସମେତ ମଦ ଭାଟିର ୧୨ ଜଣ କର୍ମଚାରୀ ଏବଂ ୩୦ ଜଣ ମଦ ବେପାରୀ ଙ୍କୁ ପୁଲିସ ଗିରଫ କରିଥିଲେ । ପୁଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୭୩,୪୭୪,୪୭୫,୪୭୬, ୪୭୭,୪୭୮,୪୭୯,୪୮୦,୪୮୧,୪୮୨,୪୮୩,୪୮୪,୪୮୫,୪୮୬,୪୮୭,ଏବଂ ୨୬୯/୨୭୦/୩୪ ଆଇପିସି/୫୨-ଏ (ଆଇ) ଅନୁଯାୟୀ ସମୁଦାୟ ୧୫ଟି କେସ ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply