ବନ୍ତଳା: ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ଆସିଲେ ଚାଷୀ ମନରେ ଭରି ଉଠେ ନୂଆ ଆଶାର ଆଲୋକ । ସକାଳର ପହିଲି କିରଣ ଚାଷୀ ମାନଙ୍କ ଦ୍ୱାରା ନିର୍ମିତ ଗମ୍ଭାରୀ କାଠରେ ନିର୍ମିତ ଜୁଆଳି, ସୁନାରୀ କାଠର ଇସ, ଖଇର କଟିଂ, ଶାଳ କାଠରେ ନିର୍ମିତ ଲଙ୍ଗଳ ଓ ମାମୁଁ ଭଣଜା ର ବଳଦକୁ ନେଇ ପଳାସ କାଠରେ ନିର୍ମିତ ପାଚଂଣ ଧରି ବାହାରି ପଡେ ନିଜର ଚାଷ କ୍ଷେତକୁ । ପାରମ୍ପରିକ ରୀତିରେ କରାଯାଏ ପୂଜାର୍ଚନା । ପୂଜାର୍ଚନା ପରେ ଗଉଣୀ ରେ ନିଆଯାଇଥିବା ବିହନ କୁ ବୁଣି ହଳ କରିଥାଏ କିନ୍ତୁ ଚଳିତ ବର୍ଷ ବିହନ ନ ମିଳିବା ଚିନ୍ତାର ବିଷୟ ପାଲଟିଛି ଚାଷୀଙ୍କ ପାଇଁ । ସୂଚନା ଥାଉକି ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ବନ୍ତଳା ଅଚଂଳ ଏକ ଚାଷୀ ବହୁଳ ଅଚଂଳ । ଚାଷ ଉପରେ ନିର୍ଭର କରନ୍ତି ୧୫ଟି ପଚାଂୟତ ଚାଷୀ । କରୋନା ମହାମାରୀ ସାରା ବିଶ୍ୱ ରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସାମାଜିକ ଦୂରତା ସହ ମୁହଁରେ ମାସ୍କ ଦ୍ୱାରା ହିଁ କରୋନା ମହାମାରୀ କୁ ହରାଇ ପାରିବା କିନ୍ତୁ ଚାଷ କାର୍ଯ୍ୟରେ ଯେମିତି ଅସୁବିଧା ନ ହୁଏ ସେଥିପ୍ରତି ରାଜ୍ୟ ସରକାର ଗୁରୁତର ନେଇଛନ୍ତି । ଅନୁଗୁଳ ବ୍ଲକରେ ୧୮ ଗୋଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ବିହନ, ସାର ଯୋଗାଇ ଦିଆଯାଇଥାଏ । କିନ୍ତୁ ଚଳିତ ବର୍ଷ ଲକ୍ ଡାଉନ୍ ଯୋଗୁଁ ଗାଡି ମୋଟର ଚଳାଚଳ ହେଉନଥିବାରୁ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ମଧ୍ୟ ସରି ନାହିଁ । ଅନ୍ୟ ପକ୍ଷରେ ଚାଷୀ ବିହନ କିପରି ପାଇବ ତାକୁ ନେଇ ଚିନ୍ତାରେ ଚାଷୀ କୁଳ । ଅନୁଗୁଳ ବ୍ଲକ ସେବା ସମବାୟ ସମିତି ମଧ୍ୟରେ ରନ୍ତଲେଇ, ଖିଣ୍ଡା, କୁମୁରିସିଂହା, ବଡକେରା, ଖାଲଙ୍ଗା, ଜଗନ୍ନାଥପୁର, ଇଙ୍କରବନ୍ଧ, ଖଲାରୀ, ବେଡା ଶାସନ, ବଡକନ୍ତକୁଳ, ସରଧାପୁର, କରମଙ୍ଗାସାହି, ଗଡତରାସ, ପୁରୁଣାକୋଟ, ପୋକତୁଙ୍ଗା, ହୁଲୁରିସିଂହା, ଆଦି ସେବା ସମିତି କୁ ପୂଜା, ସ୍ୱର୍ଣ୍ଣ, ସ୍ୱର୍ଣ୍ଣ-୧, କଳାଚମ୍ପା, ପ୍ରତୀକ୍ଷା, ସହଭାଗୀ, ନବୀନ, ବୀଣା, ଧନ ରାଶି ଧାନ ବିହନ ସିଡ୍ସ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ଅନୁଗୁଳ ୧୮ଟି ସେବା ସମବାୟ ସମିତିରେ ପ୍ରାୟ ୨୦,୦୦୦ କ୍ୱିଟାଂଲ ବିହନ ଧାନ ଦରକାର ହେଉଥିବା ବେଳେ ବର୍ତମାନ ସୁଦ୍ଧା କୋ÷ଣସି ସମବାୟ ସମିତି କୁ ବିହନ ପହଚିଂ ନଥିବା ସମିତି ସମ୍ପାଦକ ମାନେ କହିଛନ୍ତି । ଆମେ ଆମ ତରଫରୁ ସିଡ୍ସ ନିଗମକୁ ଆବଶ୍ୟକ ବିହନ ଚିଠା ଦେଇ ସାରିଛୁ ବିହନ ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସେବା ସମବାୟ ସମିତିର ସମ୍ପାଦକ ମାନେ କହିଛନ୍ତି । ଅନ୍ୟ ପଟେ କିଛି ଚାଷୀ କହିଛନ୍ତି ସମିତିରେ ବିହନ ନ ଆସିଲେ ଘରେ ସଂଚିତ ଥିବା ଧାନ କ୍ଷେତରେ ବୁଣି ଅଖିମୁଠି ଅନୁକୂଳ କରିବୁ ।