Odisha news

ରାୟଗଡା ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକ ମାନେ କେନ୍ଦୁଝର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ

0

ରାୟଗଡା Rabindra patakhandal)-କେନ୍ଦୁଝର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ସୁବ୍ରତ କୁମାର ସ୍ୱାଇଁଙ୍କୁ ପୁଲିସର ର୍ଦୁବ୍ୟବହାର ଏବଂ ମାଡ ମାରିବା ଘଟଣାରେ ରାୟଗଡା ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକ ମାନେ ଘଟଣାର ଦୃଢ ନିନ୍ଦା କରିବା ସହ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଜରିଆର ମାନ୍ୟବର ମୁଖ୍ୟମନ୍ତ୍ରୀ ନିକଟକୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବର୍ତମାନ ଲକ ଡାଉନ ପରିସ୍ଥିତିରେ କରୋନ ଯୋଦ୍ଧା ଭାବେ କାର୍ଯ୍ୟରତ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ସଂପର୍କିତ ସଠିକ ତଥ୍ୟ ସାମନାକୁ ଆଣୁଛନ୍ତି । କରୋନା ଆତଙ୍କ ପରିସ୍ଥିତିରେ ଜଣେ କର୍ତବ୍ୟରତ ସାମ୍ବାଦିକ ନିଜ ଛୋଟ ରୋଗିଣା ଛୁଆର ଚିକିତ୍ସା ନିମନ୍ତେ ଡାକ୍ତରଖାନା ଯିବା ସମୟରେ ପୁଲିସ କର୍ମଚାରୀ ସାମାମ୍ବିକ ଜଣଙ୍କୁ ରାଜରାସ୍ତାରେ ଆଶାଳିନ ବ୍ୟବହାର କରିବା ସହ ମାଡ ମାରିବା କେତେ ଦୂର ଯୁକ୍ତି ଯୁକ୍ତ । ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ କେନ୍ଦୁଝର ପୁଲିସ ପ୍ରଶାସନ ସଂପୃକ୍ତି କର୍ମଚାରୀ ଘଂଟ ଘୋଡାଇ ରଖିବା କେତେଦୂର ଯୁକ୍ତି ଯୁକ୍ତ । ଏହି ଘଟଣାକୁ ରାୟଗଡା ଜିଲ୍ଲାର ସମସ୍ତ କର୍ତବ୍ୟରତ ସାମ୍ବାଦିକ ମାନେ ତୀବ୍ର ବିରୋଧ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଘଟଣା ସଂପର୍କରେ ରାୟଗଡା ଜିଲ୍ଲାପାଳଙ୍କୁ ସାମ୍ବାଦିକ ନରସିଂହ ନାଥ ପାଢୀ, ବାଦଲ ତା, ରଂଜନ ରଥ, ରାଜେଶ ପଟ୍ଟନାୟକ, ମନୋଜ ପାତ୍ର, ଗୋପ ରଂଜନ ବକ୍ସିପାତ୍ର, ରଶ୍ମିରଂଜନ ଦୋରା, ରବିନ୍ଦ୍ର ପାଟ୍ଟଖଣ୍ଡାଳ, ଯୋଗେଶ୍ୱର ଦାସ, ବି.ଏଚ.ନାଗାରାଜୁ, ଶିବ ନାରାୟଣ ଗୌଡ, ସୁବ୍ରତ ଚୌଧୁରୀ, ରାମଦାସ ଲିମା, ନିରଂଜନ ପାଳ, ରଘୁନାଥ କାମ୍ବା,ଭାଗ୍ୟଶ୍ରୀ ମିଶ୍ର, ଅଜୟ ରଥ, କେ.କେ.ଜେନା, ଅକ୍ଷୟ ପିଡ଼ିସିକା, ତୁଷାର ରଂଜନ ସାହୁ, ରାଜେଶ କୁମ୍ଭାର, ସୁବାଷ ଚନ୍ଦ୍ର ସୁରିଆ, ରଘୁନାଥ କାମ୍ବା, ସନ୍ତୋଷ ଦଳେଇ, ସଂଗ୍ରାମ ପଟ୍ଟନାୟକଙ୍କ ସହ ସମ୍ବାଦର ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ ପ୍ରମୁଖ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ପ୍ରଦାନ କରିଥିଲେ । ଏଥି ସହ ରାୟଗଡା ଆରକ୍ଷୀ ଅଧିକ୍ଷକ ଡ.ଶ୍ରବଣା ବିବେକ ଏମ ଙ୍କୁ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Leave A Reply