ନିଆଳି(ରାଜେଶ କୁମାର ଲେଙ୍କା) :ମହାମାରୀ କରୋନା ଯୋଗୁଁ ଆଜି ଚାଷୀର ଫସଲ ଉଜୁଡି ଯାଇଛି।ଫସଲ ବିକ୍ରି ହୋଇ ନପାରିବାରୁ କ୍ଷେତରେ ପଡି ନଷ୍ଟ ହେଉଛି।ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବିଲରେ ପଡି ନଷ୍ଟ ହେଉଛି ଟ୍ରକ୍ ଟ୍ରକ୍ ପରିବା।କଟକ ଜିଲ୍ଲାର ନିଆଳି ବ୍ଲକ୍ ର ସଡାନ୍ସ ପଞ୍ଚାୟତ ର ଗୁଣ୍ଡର, ସାତକାଳିଆ ଗ୍ରାମରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।
କରୋନା ଯୋଗୁଁ ବିକ୍ରି ନହୋଇ ବିଲରେ ପଡି ରହିଛି ପରିବା।କିଣିବାକୁ ନାହାନ୍ତି ବେପାରି,ଧାର କରଜ କରି ଚାଷୀ ଏଠାରେ ପରିବା ଚାଷ କରିଥିଲା,କିନ୍ତୁ ଏବେ ମହାମାରୀ କୋରୋନା ଚାଷୀର ସବୁ ସ୍ବପ୍ନ କୁ ଧୂଳିସାତ କରିଦେଇଛି।ଟ୍ରକ୍ ଟ୍ରକ୍ କଖାରୁ ବିଲରେ ପଡି ରହିଛି,ଟମାଟୋ,ବାଇଗଣ ଓ ଅନ୍ୟାନ୍ୟ ପନିପରିବା ପଚି ସଢି ନଷ୍ଟ ହେଉଛି।ଚାଷୀ ଏବେ ମୁଣ୍ଡରେ ହାତ ଦେଇକି ବସିଛି।ଚାଷୀର ଗୁହାରି ସେହି ବିଲ ମୁଣ୍ଡରେ,ଚାଷୀ ଆଖିରେ ଆଖୀଏ ଲୁହ।ନିଆଳି ବ୍ଲକ ର ଗୁଣ୍ଡର,ସାତ କାଳିଆ ଗ୍ରାମରେ ଚାଷୀ ମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥିଲେ,ଏ ବର୍ଷ ମଧ୍ୟ ଭଲ ଫସଲ ହୋଇଥିଲା,ଚାଷୀ ଆଶା କରିଥିଲା ଭଲ ଦୁଇ ପଇସା ହେବ କିନ୍ତୁ ଏହି ମହାମାରୀ କୋରୋନା ଚାଷୀର ଆସାକୁ ଛଡେଇ ନେଇଛି।କଖାରୁ କିଲୋ ମାତ୍ର ୨ ଟଙ୍କା,ସେହି ୨ ଟଙ୍କାରେ କଖାରୁ ନେବା ପାଇଁ ବେପାରୀ ନାହାନ୍ତି,ପୋଲିସ ଡରରେ ଲୋକ ମାନେ ବଜାରକୁ ପରିବା ନେବା ପାଇଁ ଡରୁଛନ୍ତି।ଲକ ଡାଉନ୍ ଯୋଗୁଁ ଗାଡ଼ି ମଟର ଚାଲୁନି,ସେଥିପାଇଁ ଗାଆଁ ଗହଳିରେ ମୁଣ୍ଡରେ ମୁଣ୍ଡେଇ ଦୁଆର ଦୁଆର ବୁଲି ଚାଷୀ ପରିବା ବିକିବାକୁ ବାଧ୍ୟ ହେଉଛି।ଚାଷୀ ଋଣ ଭାରରେ ବୁଡି ରହିଛି,ଚାଷୀ ଆଶା କରିଥିଲା ଏ ବର୍ଷ ଫସଲ ବିକ୍ରି କରି ସେହି ଋଣ ପରିଶୋଧ କରିବ ବୋଲି ହେଲେ ଏହି ମହାମାରୀ କୋରୋନା ଚାଷୀ ଦେଖିଥିବା ସ୍ବପ୍ନ କୁ ସର୍ବ ସାନ୍ତ୍ କରିଦେଇଛି।
ଏହାସହ କଟକ ଜିଲ୍ଲାରେ ନିଆଳି ବ୍ଲକ ରେ ଶୀତଳ ଭଣ୍ଡାର ନ ଥିବାରୁ ଗୁଣ୍ଡର,ସାତକାଳିଆ ଅଞ୍ଚଳର ଅନେକ ଚାଷୀଙ୍କ ମିରିଚା, କଲରା, ପୋଟଲ ଆଦି ପନିପରିବା ପାଚି ନଷ୍ଟ ହୋଇଯାଇଛି କୋଣସି ଅଧିକାରୀ ଏହିସବୁ ସମସ୍ୟାକୁ ଧ୍ୟାନ ଦେଉ ନାହାଁନ୍ତି ଏହି ମହାମାରୀ ସମୟରେ ମଧ୍ୟ ଅଧିକାରୀ ସେହି ଖାମଖିଆଳି ନିତୀ ରେ ଚଳୁଛନ୍ତି । ତେଣୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି । କୃଷି ବିଭାଗର ର କୋଣସି କର୍ମଚାରୀ ମଧ୍ୟ ଧ୍ୟାନ ଦେଉନାହାନ୍ତି । ବେପାର ବୁଡିଲେ ସରକାର ସହାୟତା ପ୍ରଦାନ କରିବେ , ତାଙ୍କ ପାଖରେ ହିସାବ ଅଛି । ହେଲେ ଏହି ଲକ ଡ଼ାଉନ ସମୟରେ ଚାଷୀର ଏକର ଏକର ପନିପରିବା ଚାଷ ମାଟିରେ ମିଶି ଯାଉଛି ,ଯାହାର ହିସାବ କୃଷି ବିଭାଗ ପାଖରେ ନାହିଁ । ତେବେ କ୍ଷତି ପୁରଣ ଦେବେ କିପରି। ତେଣୁ ଶିଘ୍ର ସରକାର ପଦକ୍ଷେପ ନେବା ଦରକାର।