Odisha news

ଭଞ୍ଜନଗର : ଉପଜିଲ୍ଲାପାଳଙ୍କ ଲକ୍ଡାଉନ୍ ସ୍ଥିତି ସମୀକ୍ଷା, ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଓ ଅମାନିଆଙ୍କଠାରୁ ଜୋରିମାନା ଆଦାୟ

0

ଭଞ୍ଜନଗର : ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶୁକ୍ରବାର ଦିନ ଭଞ୍ଜନଗର ସହରରେ ଲକ୍ଡାଉନ୍ ସ୍ଥିତି ପରଖିଛନ୍ତି । ସ୍ଥାନୀୟ ଗାଈ ଫାର୍ମରେ ଲୋକମାନେ ସାମାଜିକ ଦୂରତା ରକ୍ଷା କରୁ ନଥିବାରୁ ଉଭୟ ଲୋକ ଏବଂ ଫାର୍ମ ପରି·ଳକଙ୍କୁ ତାଗିଦ କରିବା ସହ, ନିଜେ ସଚେତନ ହେବା ସହ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସହରରେ କିପରି ଦୋକାନଗୁଡ଼ିକରେ ଲୋକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ଉଭୟ ଦୋକାନୀ ଏବଂ ଜନସାଧାରଣ ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି । ଅତି ଆବଶ୍ୟକ ନଥିଲେ ଲୋକେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଶୁକ୍ରବାରଦିନ ସହରରେ ଚେକିଙ୍ଗ୍ ବେଳେ ଅମାନିଆ ବାଇକ୍ ·ଳକଙ୍କଠାରୁ ନଅ ହଜାର ପାଞ୍ଚ ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ସେହିପରି ଗତ ରାତିରେ ଜବତ ହୋଇଥିବା ଚୁଡ଼ା ବୋଝେଇ ଟ୍ରକ୍ରୁ ଦଶ ହଜାର ଟଙ୍କା ଜୋରିମାନା ସଂଗ୍ରହ କରାଯାଇଛି । ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଏହି ମହାମାରୀ କରୋନା ବିରୋଧରେ ଲଢ଼େଇରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମସ୍ତ ଜନସାଧାରଣ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରକାଶ କରିଛନ୍ତି ।
ସେହିପରି ଭଞ୍ଜନଗର ଏନଏସିର କରୋନା ନୋଡ଼ାଲ ଅଫିସର ଦିଲୀପ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏନଏସି କର୍ମ·ରୀମାନେ ସ୍ଥାନୀୟ ଏକ ଗୁଟଖା ଦୋକାନରେ ଚଢ଼ାଉ କରି ପାଞ୍ଚ ହଜାର ଟଙ୍କା ଓ ଗତକାଲି ଯେଉଁ କଂସାବାସ ଦୋକାନ ଉପରେ ଚଢ଼ାଉ କରି ଜୋରିମାନା ଆଦାୟ କରିଥିଲେ ଆଜି ପୁଣି ସେହି ଦୋକାନୀ ଲକ୍ ଡାଉନ୍ ଆଇନ ଅମାନ୍ୟ କରିବା ଯୋଗୁଁ ତାହାଠାରୁ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।

Leave A Reply