ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ରାସୋଳ ଓ ତୋଟାପଡାରେ ଚଢାଉ , ୨ ଟ୍ରକ ମଦ. କାର, ୧୭ ଲକ୍ଷ ଜବତ, ମହିଳା ଗିରଫ
ଖୋର୍ଦ୍ଧା : -ଖୋର୍ଦ୍ଧା ଗ୍ରାମାଚଂଳରେ ବଢିଚାଲିଛି ଦେଶୀ ମଦ କାରବାର । ଲକଡାଉନ ଚାଲିଥିବା ବେଲେ ଏହାର ସୁଯୋଗ ନେଇ ମଦ ବେପାରୀଙ୍କ ବେପାର ବଢିବଢି ଚାଲିଛି । ତେବ ଆଜି ଖୋର୍ଦ୍ଧା ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ମଦ, ଜେନେରେଟର ପ୍ରଭୃତି ଜବତ ହୋଇଛି । ପ୍ରକାଶଥାଉକି ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢାଉ ବେଗୁନିଆ ଥାନା ଅର୍ନ୍ତଗତ ରାସୋଳ ଗ୍ରାମରେ ଏକ ମଦ ଫ୍ୟାକ୍ଟି୍ର ଉପରେ ଚଢାଉ କରାଯାଇଛି । ସେଠାରୁ ବିପୁଳ ପରିମାଣରେ ମଦ ,ମଦ ପ୍ୟାକିଂ ମେସିନ, କାର ସହ ନଗଦ ୧୭ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଛି ।
ଏହି ଘଟଣାରେ ସଂପୃକ୍ତ ଜଣେ ମହିଳା ମିନତୀ ପାଇକରାୟଙ୍କୁ ଗିରଫ କରାଯାଇଛି । ସେହିପରି ଆଜି ସ୍ଥାନୀୟ ଆର୍ଦଶ ଥାନା ଅର୍ନ୍ତଗତ ତୋଟାପଡା ଛକ ଉପରେ ଥିବା ଏକ ଘରେ ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଚଢାଉ କରାଯାଇଛି । ସେହି ଘର ସମ୍ମୁଖରେ ଏକ ଲାଇସେନସ ପ୍ରାପ୍ତ ମଦ ଦୋକାନ ରହିଛି । କିନ୍ତୁ କୈାଣସି ସୂତ୍ରରୁ ଖବର ପାଇ ପୁଲିସ ଏଠାରେ ଚଢାଉ କରି ୨ ରୁ ଉଦ୍ଧ୍ୱର୍ ଟ୍ରକ ବିଦେଶୀ ମଦ, ଜବତ କରିଛି ଜିଲାପାଳଙ୍କୁ ଅବଗତ କରିବା ପରେ ଜିଲା ପ୍ରଶାସନ ପକ୍ଷରୁ ଏକ ମାଜିଷ୍ଟ୍ରେଟଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି । ଏହି ଚଢାଉରେ ଘଟଣାସ୍ଥଳରେ ଏସପି ଶ୍ରୀ ସ୍ୱାଇଁଙ୍କ ସମେତ ଏସଡିପିଓ ସୁଶିଲ କୁମାର ମିଶ୍ର, ଆର୍ଦଶ ଥାନା ଭାରପ୍ରାପ୍ତ ଅଧିକାରୀ ଉମାଶଙ୍କର ସିଂହଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ଅଛନ୍ତି । ଏପର୍ଯ୍ୟନ୍ତ ଚଢାଉ ଜାରୀ ରହିଛି । ପ୍ରାୟ ୨ ରୁ ଉଦ୍ଧ୍ୱର୍ ଟ୍ରକର ବିଦେଶି ମଦ ଏହି ବେଆଇନ ଘରୁ ମିଳିଥିବା ପୁଲିସ ସୂତ୍ରରୁ ଜଣାଯାଇଛି