ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଚଂଳରୁ ୩ ଜଣ, ବଅଁରପାଳ ବ୍ଲକ ଓ କିଶୋରନଗର ବ୍ଲକ ଅଚଂଳରୁ ୨ ଜଣ ଲେଖାଏଁ, ଅନୁଗୁଳ ବ୍ଲକ, ପାଳଲହଡା ବ୍ଲକ ଓ ଅନୁଗୁଳ ପୋ÷ରାଚଂଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ପୁରୁଷ ଓ ୨ ଜଣ ମହିଳା ଯାହାଙ୍କ ବୟସ ୩୦ ଓ ୩୨ ବର୍ଷ ଅଟେ ।
ମହିଳା ୨ ଜଣ ଭୁବନେଶ୍ୱରର ପୃଥକ ପୃଥକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ସମୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ବୟସ ୬୬ ବର୍ଷ ଓ ଜଣେ ମହିଳାଙ୍କ ବୟସ ୫୭ ବର୍ଷ ଅଟେ । ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି । କିଶୋରନଗର ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ ଓ ଜଣେ ୫୩ ବର୍ଷୀୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି ।
ଅନୁଗୁଳ ବ୍ଲକ ଅଚଂଳର ଜଣେ ୩୨ ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପଜିଟିଭ୍ ହୋଇଥିବା ଜଣାପଡିଛି । ସେହିପରି ବ୍ଲକର ଜଣେ ୨୧ ବର୍ଷୀୟା ମହିଳା ଓ ଅନୁଗୁଳ ପୋ÷ରାଚଂଳର ଜଣେ ୩୧ ବର୍ଷୀୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ତାଳଚେର କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ଆଜି ତାଳଚେର କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହୋଇଥିବା ଜଣେ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୪୦୬ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୭ ରେ ପହଁଚିଲା