ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ସମସ୍ତ ଟ୍ରାପ କ୍ୟାମେରା ଖୋଲା ଯାଇଛି । ଜଙ୍ଗଲ ମଧ୍ୟରେ ଜୀବଜନ୍ତୁଙ୍କ ଗତିବିଧି ସହ ଜଙ୍ଗଲ ସୁରକ୍ଷା ପାଇଁ ଲଗାଯାଇଥିବା ଏହି ସମସ୍ତ କ୍ୟାମେରା ଗୁଡିକ ଏବେ ଖୋଲା ଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା କୋର ଅଚଂଳ ଗୁଡିକରେ ବିଭିନ୍ନ ସମୟରେ ଶିକାରୀ ମାନଙ୍କ ଅବାଧ ପ୍ରବେଶ ରହିଥାଏ । କୋ÷ଶଳକ୍ରମେ ବହୁ ସମୟରେ ଶିକାର କରୁଥିବା ଶିକାରୀ ମାନଙ୍କୁ ମଧ୍ୟ ବନ ବିଭାଗ ଗିରଫ କରିଥିବା ଜଣାପଡିଛି ।
ତେବେ ଏହି ସବୁ ଜଙ୍ଗଲର ସୁରକ୍ଷା ଓ ଜୀବଜନ୍ତୁ ମାନଙ୍କ ଅବାଧ ବିଚରଣରେ ଯେପରି କୋ÷ଣସି ବାଧା ନ ଉପୁଜେ ସେଥିପାଇଁ ବନ ବିଭାଗ ପକ୍ଷରୁ କଡା ନଜର ରଖା ଯାଇଛି । ତେବେ ସାତକୋଶିଆର କୋର ଜଙ୍ଗଲ ବୋଲାଉଥିବା ରାଇଗୁଡା, ରସଣ୍ଡା, ଲବଙ୍ଗୀ, କୁଆଦୁଳି, କଟରଙ୍ଗ, ରାଉତ ବାହାଳ, କଦଳୀଖୋଲ ଓ କନ୍ଧଅଇଡା ଆଦି ସ୍ଥାନରେ ଏହି ସମସ୍ତ ଟ୍ରାପ କ୍ୟାମେରା ଲଗାଯାଇଛି । ୪ ଶହରୁ ଉଦ୍ଧ୍ୱର୍ ଟ୍ରାପ କ୍ୟାମେରା ସମଗ୍ର ଜଙ୍ଗଲରେ ଲଗାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ଏହି ସମସ୍ତ କ୍ୟାମେରା ଟ୍ରାପ ବର୍ଷକ ମଧ୍ୟରେ ୨ ଥର ଖୋଲାଯାଇ ଏହାର ସର୍ବେକ୍ଷଣ କରାଯାଇଥାଏ । ଗୋଟିଏ ସର୍ବେକ୍ଷଣ ମୋ÷ସୁମୀ ଆସିବା ପୂର୍ବରୁ ହୋଇଥିବା ବେଳେ ଅନ୍ୟ ଏକ ସର୍ବେକ୍ଷଣ ମୋ÷ସୁମୀର ପରେ ହୋଇଥାଏ ।
ତେବେ ଏହି ଦୁଇ ସର୍ବେକ୍ଷଣକୁ ତୁଳନା କରାଗଲା ପରେ ଆସିଥାଏ ଏହାର ଚୁଡାନ୍ତ ରିପୋର୍ଟ । ସେହି ରିପୋର୍ଟ ଅନୁସାରେ ଅଭୟାରଣ୍ୟର ଭବିଷ୍ୟତ ନିର୍ଦ୍ଧାରଣ ହୋଇଥାଏ । କାରଣ ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ସମସ୍ତ ଜୀବଜନ୍ତୁ ମାନଙ୍କ ବିଚରଣ କେଉଁ ସ୍ଥାନରେ କେଉଁ ପ୍ରଜାତିର ଜୀବ ବସବାସ କରୁଛନ୍ତି । ଏମାନଙ୍କ ରହଣିରେ ଦଳଗତ ଭାବ ରହୁଛି ନା ନା ଏକତ୍ର ଭାବେ ରହୁଛନ୍ତି । କେଉଁ ସ୍ଥାନରେ ପାଣି ପିଉଛନ୍ତି । କେଉଁ ସମୟରେ ଜଳାଶୟ ନିକଟରେ ରହୁଛନ୍ତି ।
ଲୁଣା ମାଟି ଖାଇବାକୁ କେଉଁ ସମୟରେ ଜଙ୍ଗଲର କେଉଁ କେଉଁ ସ୍ଥାନକୁ ଏମାନେ ଆସୁଛନ୍ତି । ଏହି ସବୁକୁ ଧ୍ୟାନରେ ରଖି ଏମାନଙ୍କ ଉପରେ ଗବେଷଣା କରିବା ସହ ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନେବାର ନିୟମ ରହିଛି । ଅନ୍ୟପକ୍ଷେ ଜଙ୍ଗଲରେ ମାଫିଆ ମାନଙ୍କ ରାଜକୁ ଚକମା ଦେବାକୁ ମଧ୍ୟ ଏହି ଟ୍ରାପ କ୍ୟାମେରା ସହଯୋଗ କରକିବାରେ ସହଯୋଗ କରିବ ବୋଲି ଜଣାପଡିଛି । ସେହିପରି ଜଙ୍ଗଲ ମଧ୍ୟରେ କୋ÷ଣସି ପ୍ରାଣୀ ମାନଙ୍କର ବଂଶ ବିସ୍ତାର ଏଥିସହ କେଉଁ ନୂଆ ପ୍ରଜାତିର ପ୍ରାଣୀ ଜଙ୍ଗଲ ମଧ୍ୟରେ ଦେଖା ଯାଇଛି ତାହାକୁ ନେଇ ମଧ୍ୟ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ୱାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯିବ ବୋଲି ଜଣାପଡିଛି ।