ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଚଂଳରୁ ୪ ଜଣ ଓ ଜଣେ ଅନୁଗୁଳ ପୋ÷ରପାଳିକା ଅଚଂଳରୁ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କ ବୟସ ୫୧ ଓ ୩୦ ଓ ଜଣେ ମହିଳାଙ୍କ ବୟସ ୨୩ ବର୍ଷ ଅଟେ । ଏହି ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ପଜିଟିଭ୍ ବାହାରିଥିବା ଜଣାପଡିଛି । ସେହିପରି ଏହି ବ୍ଲକ ଅଚଂଳର ଜଣେ ୨୯ ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ୍ ବାହାରିଛି ।
ଅନୁଗୁଳ ପୋରପାଳିକା ଅଚଂଳର ଜଣେ ୫୧ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଜଣାପଡିଛି । ଏହି ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜି ତାଳଚେର କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।ପଜିଟିଭ୍ ବାହାରିଥିବା ଅଚଂଳକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୋ÷ରପାଳିକା ନିର୍ବାହୀ ଅଧିକାରୀ ଅଗ୍ନିଶମ ଅଧିକାରୀଙ୍କ ସହ ମିଶି ବିଶୋଧନ କରିବା ସହ କଂଟ୍ରାକ୍ଟ ଟ୍ରେସିଂ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆଜି ବାହାରିଥିବା ଏହି ୫ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ରେ ପହଁଚିଲା । ଇତି ମଧ୍ୟରେ ୧୪ ଜଣ ସୁସ୍ଥ ହୋଇ କୋଭିଡ୍ କେୟାର ସେଟଂରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୧୪୯କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୧୬୩ରେ ପହଁଚିଲା ।