ଅନୁଗୁଳ: ଅନୁଗୁଳ ସହର ନନିକଟସ୍ଥ ତୁରଙ୍ଗ ଗ୍ରାମର ଏକ ଖୋଲା କୂଅରୁ ୬ଟି ଢ଼ମଣା ସାପ ଛୁଆ ଉଦ୍ଧାର କରାଯାଇଛି । ତୁରଙ୍ଗ ଗ୍ରାମର ଶିକ୍ଷକ କରୁଣାକର ସାହୁଙ୍କ ବାଡି ପଛ ପାଖ ଏକ କୂଅରେ କିଛି ସାପ ଛୁଆ ଭାସୁଥିବାର ପରିବାର ଲୋକେ ଦେଖିଥିଲେ । ସାପ ଛଆ ଗୁଡିକୁ ଉଦ୍ଧାର କରିବାର ମନବୃତି ରଖି ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଏ ବିଷୟରେ ଜଣାଇଥିଲେ ।
ଖବର ପାଇ ଆଦିତ୍ୟ ଏବଂ ସହଯୋଗୀ ବିଜୁ ଭୋଇ ଓ କୁଲଦୀପ ଦାସଙ୍କ ସହିତ ଘଟଣା ସ୍ଥଳରେ ପହଁଚିଥିଲେ ଏବଂ ସାପ ଛୁଆ ଗୁଡିକ ଢ଼ମଣା ସାପ ବୋଲି ଚିହ୍ନଟ କରିକଥିଲେ । ସର୍ପମିତ୍ର ଅତି ସତର୍କତାର ସହ କୂଅ ଭିତରକୁ ପଶି ୬ଟି ସାପଛୁଆକୁ ଉଦ୍ଧାର କରିଥିଲେ । ଏବଂ ପରବର୍ତୀ ସମୟରେ ଢ଼ମଣା ଛୁଆଗୁଡିକୁ ସେମାନଙ୍କ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବରେ ଛାଡି ଦେଇଥିଲେ ।
