Odisha news

ଟଲିଉଡ୍‌ରେ ଅନନ୍ୟାଙ୍କ ଡେବୁ୍ୟ

0

ଏବେ ନୂଆ କରି ବଲିଉଡ୍‌କୁ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମ ପାଇଁ ଅଫର୍‌ ଆସୁଛି । ସେ ‘ଫାଇଟର୍‌’ ଫିଲ୍ମରେ ଜାହ୍ନବୀ କପୁରଙ୍କୁ ରିପ୍ଲେସ୍‌ କରିଛନ୍ତି । ‘ଅର୍ଜୁନ ରେzୀ’ ଫେମ୍‌ ବିଜୟ ଦେୱରାକୋଣ୍ଡା ଅପୋଜିଟ୍‌ରେ ଅନନ୍ୟାଙ୍କୁ କାଷ୍ଟ୍‌ କରାଯାଇଛି । ଏହା ଅନନ୍ୟାଙ୍କର ପ୍ରଥମ ତେଲୁଗୁ ଫିଲ୍ମ । ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏହି ରୋଲ୍‌ ପାଇଁ ପ୍ରଥମେ ଜାହ୍ନବୀଙ୍କୁ ଆପ୍ରୋଚ୍‌ କରିଥିଲେ । ସେ ୩.୫ କୋଟି ଟଙ୍କା ଫି’ ମାଗିଥିଲେ । ପରେ ନିଜ କର୍ମବ୍ୟସ୍ତତା ମଧ୍ୟରୁ ସମୟ ବାହାର କରିପାରିବେ ନାହିଁ ବୋଲି କହିବାରୁ ଜାହ୍ନବୀଙ୍କ କଥା ହୋଇପାରିଲା ନାହିଁ । ପରେ ଅନନ୍ୟାଙ୍କୁ ରିପ୍ଲେସ୍‌ କରାଯାଇଥିଲା । ୨୦ ଜାନୁୟାରୀରୁ ଫିଲ୍ମ ଶୁଟିଂ ଆରମ୍ଭ ହେବ । ସେ ଈଶାନ ଖଟ୍ଟରଙ୍କ ସହ ‘ଖାଲି ପିଲୀ’ରେ ମଧ୍ୟ ନଜର ଆସିବେ ।

Leave A Reply