ଆନନ୍ଦପୁର ଘସିପୁରା ବ୍ଲକରେ 27 ତାରିଖ ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ll ଦୀର୍ଘଦିନ ଧରି କରୋନା ମହାମାରୀ ନେଇ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଵନ୍ଦ ରହିଥିବା ବେଳେ ସୋମବାର ଦିନ ଘସିପୁରା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା ll ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, PD DRDA ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର SP ମିତ୍ରଭାନୁ ମହାପାତ୍ର, ଘସିପୁରା ତହସିଲଦାର ବାବୁଲ ପେରେଇ, ଜିଲ୍ଲା ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଅନୁସୟା ସାହୁ, ସିଡିପିଓ ବାସନ୍ତୀ ମହାନ୍ତ, ଆନନ୍ଦପୁର SDPO ଅନିଲ କୁମାର ବେଉରିଆ, ଘସିପୁରା BDO ଅସିତ ପଟ୍ଟନାୟକ, ଆଡସିନାଲ କଲେକ୍ଟର ଶୁଚିସ୍ମିତା ଦାସ, ଆନନ୍ଦପୁର ମେଡିକାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠି ପ୍ରମୁଖ ଜନଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ 120 ଜଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା ll ସେଥି ମଧ୍ୟରୁ 4 ଜଣଙ୍କ ଅଭିଯୋଗ ଫଇସଲା ହୋଇଥିବା ବେଳେ ଅନ୍ୟ ମାନଙ୍କର ବିଭାଗୀୟ କତୃପକ୍ଷଙ୍କୁ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ll ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିକଳାଙ୍ଗ ଭତ୍ତା ସହ ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣାଣି ଦେଖିବାକୁ ମିଳିଥିଲା ll ଆଜିର ଏହି ଜନଶୁଣାଣୀକୁ ଘସିପୁରା IIC ଶ୍ୟାମଘନ ବେହେରା ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ ଏବଂ ଘସିପୁରା ବ୍ଲକର ସମସ୍ତ କର୍ମଚାରୀ ଏହି ଜନଶୁଣାଣୀରେ ସହଯୋଗ କରିଥିଲେ ll