Odisha news

ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ପଞ୍ଚାନନ ସାହୁ ଙ୍କ ପରୋଲୋକ

ଆନନ୍ଦପୁର ସବ୍ୟୁ ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର  ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ  ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ଜିବନ ବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦିପ ସାହୁ ଙ୍କ ଙ୍କ ବାପା ପଞ୍ଚାନନ ସାହୁ(୭୩) ଙ୍କ  ଗତକାଲି ବିଳମ୍ବିତ ରାତିରେ ପରୋଲୋକ ଘଟିଛି। ପଞ୍ଚାନନ ସାହୁ ବିଗତ ୩୫ ବର୍ଷ ରୁ ଅଧିକ ସମୟ ଧରି ବିଦ୍ୟୁତ ବିଭାଗର କର୍ମଚାରୀ ଥିଲେ ତାଙ୍କ ମୃତ୍ୟୁ ଖବର ପାଇ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର , ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ପାତ୍, ବି.ଜେ.ଡି. ବ୍ଲକ ସଭାପତି ମନ୍ମଥ  ରାଉତ, ରାମଚନ୍ଦ୍ରପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମଦନମୋହନ ସାହୁ, ତରୁଆଁ ପଞ୍ଚାୟତ ସରପଞ୍ଚ  ବଳରାମ ବେହେରା ,  କେନ୍ଦୁଝର ଜ଼ିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘର ସଭାପତି  ଦେବପ୍ରିୟ ପାତ୍ର, ସଂଘ ର ସାଧାରଣ ସମ୍ପାଦକ ରାଜେଶ କୁମାର ଦାଶ, ରାମଚନ୍ଦ୍ର ପୁର ସେକ୍ସନ ର ଜେଇ ଦିଲ୍ଲୀପ ସାହୁ, ମାଧବ ଜେନା ଙ୍କ ସମେତ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବିଦ୍ୟୁତ କର୍ମଚାରୀ  ତାଙ୍କ ଶେଷ ଦର୍ଶନ କରିବାସହ ତାଙ୍କ ବାସଭବନରେ ପହଂଚି ପରିବାର ଲୋକ ଙ୍କୁ ସମବେଦନା ଜଣାଇଥିଲେ।   ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ ତାଙ୍କର ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ଗ୍ରାମ ଶ୍ମଶାନ ଘାଟରେ  ଶେଷକୃତ୍ୟ ସଂପର୍ଣ୍ଣ ହୋଇ ଥିବା ବେଳେ ବଡ ପୁଅ  ଅକ୍ଷୟ ସାହୁ ମୁଖାଗ୍ନୀ ଦେଇଥିବା ଜଣାପଡ଼ିଛି  ।
Govt

Comments are closed.