ଆନନ୍ଦପୁର:ଜଳସେଚନ ବିଭାଗ ପକ୍ଷରୁ ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟ ଶାଳପଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଚଣ୍ଡେଶ୍ୱର ବେହେରା ହଦଗଡ଼ ଡ୍ୟାମ ପରିଦର୍ଶନ କରି ଡ୍ୟାମର ସମସ୍ତ ରକ୍ଷଣା ବେକ୍ଷଣ , ଜଳପତନ,ସୁଇଜ ଗେଟ,ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଗୁଡିକୁ ପରିଦର୍ଶନ କରି ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ ଏଠି ସହିତ ଆନନ୍ଦପୁର ବ୍ୟାରେଜ ର ମୁଖ୍ୟ କେନାଲ କାର୍ଯ୍ୟର ସମୀକ୍ଷା କରିଥିଲେ ସୋର ନିର୍ବାହୀ ଯନ୍ତ୍ରୀ ତପନ କୁମାର ରାଉତ ଉପ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ଉପସ୍ଥିତ ଥିଲେ ଏଥିସହିତ ସୋର କେନାଲ ଡିଭିଜନ ର ବିଭିନ୍ନ କେନାଲ କୁ ଡ଼ାଇରେକ୍ଟର ଡିଜାଇନ କେସି ବେହେରା ,ଡେପୁଟି ଡ଼ାଇରେକ୍ଟର ପାର୍ଥସାରଥୀ ,ଅଲେଖ ମହାନ୍ତି,ଆସିଷ୍ଟାଣ୍ଟ ଡେପୁଟି ଡ଼ାଇରେକ୍ଟର ପ୍ରୀତମ ସୁନ୍ଦର ରାୟ,ନିର୍ବାହୀ ଯନ୍ତ୍ରୀ ଏଚ କେ ପଟନାୟକ ପ୍ରମୁଖ ମୁଖ୍ୟ କେନାଲ ପରିଦର୍ଶନ କରି କେନାଲ କାର୍ଯ୍ୟର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ ।