Odisha news

ମହେଶ୍ବର ସାହୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ ଘୋଷଣା

0

ଆନନ୍ଦପୁର : ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ତାଙ୍କର ୩୫ ଜଣିଆ ରାଜ୍ଯ ପଦାଧିକାରୀ ମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି। ଓଡ଼ିଶା ର ବିଶିଷ୍ଟ ଚାଷୀ ନେତା ଶ୍ରୀ ମହେଶ୍ଵର ସାହୁ କୁଂ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ରୂପେ ଶ୍ରୀ ସାମଲ ଘୋଷଣା କରିଥିବାରୁ କେନ୍ଦୁଝର ଜିଲ୍ଲା ରେ ଜନସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀ ମହେଶ୍ଵର ସାହୁ ଦୀର୍ଘ ୨୦ ବର୍ଷ ଧରି କୃଷକ ମୋର୍ଚ୍ଚା ର ଦାୟିତ୍ଵ ରହି ଦକ୍ଷତାର ସହିତ କାମ କରି ସୁନାମ ଅର୍ଜନ କରିଥିଲେ। ପ୍ରକାଶ ଥାଉକି ଶ୍ରୀ ମହେଶ୍ଵର ସାହୁ ୨୦୦୯ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୁଇଥର କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଥିବା ସମୟ ରେ ୧୦ ହଜାର ଆତ୍ମହତ୍ଯା କରିଥିବା ଚାଷୀ ପରିବାରକୁ ଭେଟିବା ସହିତ ରାଜ୍ୟ ରେ ଚାଷୀ ମାନଙ୍କ ସମସ୍ୟା କୁ ବହୁବାର ଆନ୍ଦୋଳନ କରିବାରେ ରେକର୍ଡ ସୃଷ୍ଟି କରିଥିଲେ। ୨୦୧୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଜେପି କିସାନ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ରେ ରହି ସାରା ଦେଶରେ ଚାଷୀ ମାନଙ୍କ ସମସ୍ୟା କୁ ନେଇ ଆନ୍ଦୋଳନ ଓ ଦେଶ ସାରା ବିଭିନ୍ନ ରାଜ୍ୟ ଗ୍ରସ୍ତ କରିଥିଲେ। ପୁନର୍ବାର ତୃତୀୟ ଥର ପାଇଁ ବିଜେପି କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ହେଇଥିବାରୁ ତାକୁଂ ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଆଲୋକ କୁମାର ସେଠୀ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ପୃଥିରାଜ କୁଅଁର, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀ ହେମନ୍ତ କୁମାର ମଲ୍ଲିକ, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ୍ ରଞ୍ଜନ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟା ଶ୍ରୀ ଯଞ୍ଜ ପ୍ରସାଦ ସାହୁ, ବୁଦ୍ଧିଜୀବୀ ପ୍ରକୋଷ୍ଠ ଜିଲ୍ଲା ସଂଯୋଜକ ଶ୍ରୀ ଶମ୍ଭୁନାଥ ରାଉତ, ଜିଲ୍ଳା ପରିଷଦ ସଦସ୍ୟା ଶ୍ରୀମତୀ ଅସିମା ମିଶ୍ର, ବେଲବାହାଲି ସରପଞ୍ଚ ଶ୍ରୀମତୀ ଦୀପ୍ତି ସାହୁ, ବିଶିଷ୍ଟ ନାରୀ ନେତ୍ରୀ ଶ୍ରୀମତୀ ଯୋନା, ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ସନୋଷ କୁମାର ରାଉତ, ବିଜେପି ବରିଷ୍ଠ ନେତା ଗୋଲକ ବିହାରୀ ଜେନା, କୃଷକ ମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀ ରାଧାକାନ୍ତ ମହାନ୍ତ, ଅଖିଳ ନାୟକ, ସତ୍ୟବ୍ରତ ନାୟକ, ଶ୍ରୀମତୀ ସାବିତ୍ରୀ ବିଶ୍ବାଲ, ଦେବପ୍ରସାଦ ମିଶ୍ର, ସ୍ଵାଧୀନ ଶତପଥୀ, କମଳା କାନ୍ତ ଦାଶ, ପ୍ରକାଶ ମଲ୍ଲିକ, ଅଖିଳ ପାତ୍ର. ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ମମତା ସିଂ, ରାଜେଶ ସିଂ, ସବୀର କୁମାର ଦାଶ, ଅଜୟ କୁମାର ସାହୁ ପ୍ରମୁଖ ଶତାଧିକ କାର୍ଯ୍ୟକତା ଓ ନେତୃବୃନ୍ଦ ସ୍ୱାଗତ୍ ସମ୍ଵର୍ଦ୍ଧନା କରିଛନ୍ତି।

Leave A Reply