ବ୍ରହ୍ମପୁର,୭ା୮- ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ମାମଲାର ବିଚାର କରି ବ୍ରହ୍ମପୁର ଅତିରିକ୍ତ ଜିଲା ଓ ଦୌରା ଜଜ-୧ ଡ. ଇନ୍ଦୁ ଶର୍ମା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଉଛି କେ. ନୂଆଗାଁ ଥାନା ଅଧିନ ବଜ୍ରଗୁମା ଗ୍ରାମର ସୀମା ଳ ଅଧିକାରୀ । ହତ୍ୟାର ଶିକାର ହୋଇଥିଲେ ସୁମିତ୍ରା ସେଠୀ ।
ମାମଲାର ବିବରଣୀରୁ ପ୍ରକାଶ ସୀମା ଳକୁ ଏକ ଆଲମୀରା କିଣିବା ପାଇଁ ସୁମିତ୍ରା ୨୫ ହଜାର ଟଙ୍କା ଦେଇଥିଲେ । ହେଲେ ସୀମା ଳ ଆଲମୀରା କିଣି ଦେଉ ନଥିଲେ କି ଟଙ୍କା ମଧ୍ୟ ଫେରାଉ ନଥିଲେ । ଏହାକୁ ନେଇ ସୁମିତ୍ରା ଓ ସୀମା ଳଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ତେଣୁ ସୁମିତ୍ରାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ସୀମା ଳ ଯୋଜନା କରିଥିଲା । ୨୦୧୬ ମସିହା ମେ ୧୧ ତାରିଖ ଦିନ ସୁମିତ୍ରା ବିଲକୁ ଯାଇଥିବା ବେଳେ ସୀମା ଳ ତାଙ୍କୁ ଅନୁସରଣ କରି ବିଲରେ ତାଙ୍କ ତ ି କାଟି ହତ୍ୟା କରିଥିଲା । ଏକ ଧାରୁଆ ଛୁରିରେ ସୀମା ଳ ସୁମିତ୍ରାଙ୍କ ତ ି କାଟି ଦେଇଥିଲେ । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଫେରାର ହୋଇ ଯାଇଥିଲା । ଏହାର ପରଦିନ ଅର୍ଥାତ ୧୨ ତାରିଖରେ କେ. ନୂଆଗାଁ ଥାନା ପୁଲିସ ମୃତଦେହ ଜବତ କରିଥିଲା । ଏ ନେଇ ଏକ ମାମଲା ୬୨/୨୦୧୬ ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା । ୧୫ ତାରିଖରେ ପୁଲିସ ଅଭିଯୁକ୍ତ ସୀମା ଳକୁ ଗିରଫ କରିଥିଲା । ତତଥକାଳୀନ ଥାନାଧିକାରୀ ସୁଜିତ କୁମାର ନାୟକ ଏହି ମାମଲାର ତଦନ୍ତ ଅଧିକାରୀ ଥିଲେ । ସେ କୋର୍ଟରେ ସୀମା ଳ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ । ମାମଲାର ବିଚାର ଚାଲିଥିବା ବେଳେ ୨୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସାକ୍ଷୀମାନଙ୍କ ମଧ୍ୟରେ ସୁମିତ୍ରାଙ୍କ ୧୨ ବର୍ଷର ପୁଅ ମଧ୍ୟ ଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭି ିକରି ଜଜ ଡ. ଇନ୍ଦୁ ଶର୍ମା ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।ସରକାରଙ୍କ ପକ୍ଷରୁ ଏପିପି ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା