ଆନନ୍ଦପୁର : ସରକାରଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କାର୍ଯ୍ଯାଳୟ ସମ୍ମୂଖରେ ଆଜି ଏକ ମିଶନଶକ୍ତି କାଫେ ଉଦଘାଟିତ ହୋଇଛି।ଏଥିରେ ମିଶନଶକ୍ତି ମହିଳା ମାନଙ୍କ ଦ୍ବାରା ଉତ୍ପାଦିନ ହେଉଥିବା ବିଭିନ୍ନ ସାମଗ୍ରୀର ବିକ୍ରିବଟା ହୋଇପାରିବ ।ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଯୋଗଦେଇ ଫିତା କାଟି ନୂତନ ଗୃହକୁ ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଘଷିପୁରା ବିଡିଓ ଅସିତ ମହାନ୍ତି , ବ୍ଳକର କର୍ମଚାରୀ ,ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ, ମିଶନଶକ୍ତିର ବ୍ଲକ ସଂଯୋଜକ ସରୋଜ ମହାରଣା, ବ୍ଲକ ମହାସଂଘ ସମ୍ପାଦିକା କଳ୍ପନା ବିଶ୍ବାଳ, ସହିତ ବିଭିନ୍ନ ସ୍ବଂୟ ସହାୟିକା ଗୋଷ୍ଠିର ଶତାଧିକ ମହିଳା ଉପସ୍ଥିତ ଥିଲେ।ଏହି କ୍ୟାଫେ ରେ ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀ , ଖାଦ୍ୟ ପେୟ ବିକ୍ରି ବଟା ହେବା ସହ ମହିଳା ମାନେ ଅଧିକ ସ୍ଵାମ୍ୱଲମ୍ବି ହେବେ ବୋଲି ବିଧାୟକ କହିଥିଲେ।ମାନ୍ଯବର ମୁଖ୍ୟମନ୍ତ୍ରୀ ମିଶନଶକ୍ତି ଜରିଆରେ ମହିଳାମାନଙ୍କ ଉନ୍ନତି ପାଇଁ କରିଥିବା ବିଭିନ୍ନ ସଫଳ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବ୍ଲକ ମିଶନଶକ୍ତି ଫେଡେରେସନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ବ୍ଲକ ସମ୍ମୂଖରେ ଉଦଘାଟିତ ହୋଇଥିବା ମିଶନଶକ୍ତି କାଫେ ର ଦାୟିତ୍ବ ଭଣ୍ତାରିଡିହା ପଞ୍ଚାୟତ (ପଦନପୁର)ର ମା’ ଖୁଦୂରୁକୁଣୀ ମହିଳା ସ୍ବଂୟସହାୟିକା ଗୋଷ୍ଠିର ମହିଳା ମାନଙ୍କ ଉପରେ ନ୍ଯସ୍ତ କରାଯାଇଥିବା ଜଣାପଡିଛି । ପ୍ରଥମ ପର୍ଯ୍ଯାୟରେ ନିଜର ଉତ୍ପାଦିତ ସାମଗ୍ରୀ ସହ ଜନସାଧାରଣଙ୍କ ସୂବିଧା ପାଇଁ ଚା,କଫି ପାଣି ବଟଲ ଇତ୍ଯାଦି ବିକ୍ରି କରିବାକୁ ମହିଳା ମାନେ ଲକ୍ଷ ରଖିଥିବା କହିଛନ୍ତି ।