ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ଅଳତି ଗ୍ରାମର ପୂର୍ବତନ ସରପଞ୍ଚ ଗୌରାଙ୍ଗ ଚରଣ ବରାଳ (୯୨) ଗତ କାଲି ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି। ଶୋକସମ୍ବାଦ ଶୁଣି ପଞ୍ଚାୟତ ରେ ଗଭୀର ଶୋକ ଛାୟା ଖେଳିଯାଇଥିବା ବେଳେ ତାଙ୍କୁ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା ରେ ନିଆଯାଇ ଗ୍ରାମର ସ୍ୱର୍ଗଦ୍ୱାର ରେ ବଡ଼ପୁଅ ମନ୍ମଥ ବରାଳ ମୁଖାଗ୍ନୀ ଦେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଗୌରାଙ୍ଗ ବରାଳ ଥିଲେ ନାଟ୍ୟଲେଖକ, ନାଟ୍ୟ ଅଭିନେତା, ସହ ସେ ଦୀର୍ଘ ଦଶନ୍ଧି ଧରି ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ। ମର ଶରୀର ନିକଟରେ ତାଙ୍କ ପୁଅ ସିତାରାମ ବରାଳ, ଡ଼ଃ ରତିକାନ୍ତ ବରାଳ, ମନୋରଞ୍ଜନ ବରାଳ, ଓ ଝିଅଜୋଇଁ ,ନାତିନାତୁଣୀ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ଖବର ପାଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଘଷିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ ଚକ୍ର,କଂଗ୍ରେସ ପୂର୍ବତନ ବ୍ଲକ ସଭାପତି ଦିଲୀପ କୁମାର ଜେନା,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ତ୍ରିଲୋଚନ ପରିଡା,ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ପାଲ,ନିରଞ୍ଜନ ଜେନା,ମିଡ଼ିଆ କୋଡିନେଟର ତାରିଣୀ ପ୍ରସାଦ ପଟ୍ଟନାୟକ,ମିଲୁ ପୁହାଣ,ରଶ୍ମି ରଞ୍ଜନ ଦାସ,ରମାକାନ୍ତ ନାୟକ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଧନୁର୍ଜୟ ସିନ୍ଧୁ , ରାଜ୍ୟ ବିଜେଡି ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ର, ସମାଜସେବୀ ମନ୍ମଥ ରାଉତ,କେନ୍ଦୁଝର ଜିଲ୍ଲା ବିଜେଡ଼ି ସମ୍ପାଦକ ସତ୍ୟାନନ୍ଦ ମିଶ୍ର, ବିଜେପି ଜିଲ୍ଲା ବୁଦ୍ଧିଜୀବୀ ସେଲ୍ ସଂଯୋଜକ ଡକ୍ଟର ଶମ୍ଭୁନାଥ ରାଉତ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁର, ଆଇନଜୀବୀ ବିଚିତ୍ର ଚକ୍ର , ପୂର୍ବତନ ବରିଷ୍ଠ ନେତା କିର୍ତ୍ତନବିହାରୀ ସାହୁ, ବୁଲୁ ପଟ୍ଟନାୟକ, ପ୍ରଫୁଲ୍ଲ ବେହେରା , ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାର ଙ୍କୁ ସମବେଦନା ଜଣାଇଥିଲେ।