Odisha news

୫ଟି ରୂପାନ୍ତରଣ ରେ ଜଙ୍କିଆ ଭଗବତ ଦେବ ବିଦ୍ୟାପୀଠ ଝଲସିଲା : ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

0

ନିରାକାରପୁର,୬/୫: ଆଜି ଓଡ଼ିଶାରେ ୩୨୩ ଟି ହାଇସ୍କୁଲର ୫ଟି ରୂପାନ୍ତରଣ ରେ ସାମିଲ ହୋଇ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ୬୨ ଟି ସ୍କୁଲ ଏହି ଯୋଜନାରେ  ରୂପାନ୍ତିକରଣ ରେ ସାମିଲ ହୋଇ ଆଜି ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଂକିଆ ପଞ୍ଚାୟତ ଭଗବତ ଦେବ ବିଦ୍ୟାପୀଠ ମଧ୍ୟ ଆଜି ଉଦଘାଟିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ଉଦଘାଟନ ର ସିଧା ପ୍ରସାରଣ ଦେଖିଥିଲେ। ଏହି ଅବସରରେ ଜଂକିଆ ହାଇସ୍କୁଲ ରେ ଏକ ସ୍ଵତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା। ଅନୁଷ୍ଠିତ ସଭାରେ ପ୍ରଧାନଶିକ୍ଷୟତ୍ରୀ ସୁପ୍ରଭା ପଟ୍ଟନାୟକ ସଭାପତିତ୍ବ କରିଥିଲେ।ଅତିଥିଭାବେ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ,ସ୍କୁଲ କମିଟି ସଭାପତି ନରେନ୍ଦ୍ର କୁମାର ରାଉତରାୟ,  ମୋ ସ୍କୁଲ ସଭାପତି ବିଶ୍ବଭୂଷଣ ଛୋଟରାୟ,  ସରପଂଚ ପଙ୍କୋଜିନି ବଳବନ୍ତରାୟ, ସମିତିସଭ୍ୟ ଈଶ୍ୱର ଚନ୍ଦ୍ର ମାର୍ଥା, ଶିକ୍ଷାବିତ୍ କେଳୁ ଚରଣ ମହାରଣା, ସୁରେନ୍ଦ୍ରନାଥ ଜେନା, ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ , ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର, ଦାଶରଥି ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କମଳେଶ ମହାରଣା ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ମନ୍ମଥ ନାୟକ,  ଶିକ୍ଷୟତ୍ରୀ ସଂଯୁକ୍ତା ଚମ୍ପତିରାୟ, ଜ୍ୟୋସ୍ନା ରାଣୀ ମିଶ୍ର, ଉମାରଣୀ ପଣ୍ଡା, ଶର୍ମିଲା ବିଶ୍ଵାଳ, ସୁମିତ୍ରା ରାଉତରାୟ, ସୁଲୋଚନା ଦାସ, ଶ୍ରଦ୍ଧାଞ୍ଜଳୀ ବଳବନ୍ତରାୟ, ନିରୁପମା ପାଲଟା ସିଂହ, ସ୍ୱାଗତିକା ସାହୁ, ଅନୁସୟା କଅର, ଶୁଭଲକ୍ଷ୍ମି ରାଉତରାୟ ଓ ପରମା ରଇତ ପ୍ରମୁଖ ସହଯୋଗ କରିଥିଲେ। ରାତିରେ ବିଭିନ୍ନ ରଙ୍ଗୀନ ଆଲୋକରେ ସ୍କୁଲ ଝଲସି ଥିଲା।

Leave A Reply