ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗର ମଧ୍ୟରେ ଗତକାଲି ଭୟଙ୍କର ରୂପ ଧାରଣ କରିଥିବା ମହାବାତ୍ୟା ‘ଅମ୍ଫାନ’ର ପ୍ରକୋପ ଏବେ ଟିକିଏ କମିଛି। ଆଜି ଅପରାହ୍ଣ ୫ଟା ବେଳକୁ ଏହା ‘ସୁପର ସାଇକ୍ଲୋନ୍ ବା ମହାବାତ୍ୟା’ରୁ ‘ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନ୍ ବା ଅତି ଭୀଷଣ ବାତ୍ୟା’କୁ ଖସି ଆସିଛି। ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ରହି ଉତ୍ତର ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି। ଏବେ ଅମ୍ଫାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ୨୪୦ କିଲୋମିଟର ପର୍ଯ୍ୟନ୍ତ ରହିଛି ବୋଲି ଅମ୍ଫାନ ସଂପର୍କରେ ତାହା ସୂଚନା ଦେବାକୁ ଯାଇ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।.
Super Cyclone AMPHAN to cross West Bengal – Bangladesh coasts between Digha (West Bengal) and Hatiya Islands (Bangladesh) close to Sundarbans during afternoon to evening of 20th May 2020 with wind speed of 155-165 kmph gusting to 185 kmph.