ଅସ୍ତରଙ୍ଗରେ ପହଁଚିଲେ ଏନ.ଡି.ଆର.ଏଫ୍ ବାହିନୀ : ସମୁଦ୍ର ଠାରୁ ୨କି.ମି.ଭିତରେ ଥିବା ଗାଁ ଗୁଡକରୁ ୨,୫୦୦ ଲୋକ ହେବେ ସ୍ଥାନାନ୍ତରିତ
ଅସ୍ତରଙ୍ଗ : ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଙ୍କ ନିଦେ୍ର୍ଦଶକ୍ରମେ ତପ୍ତର ହୋଇ ଉଠିଛି ଅସ୍ତରଙ୍ଗ ବ୍ଳକ ଓ ତହସିଲ ପ୍ରଶାସନ । ତହସିଲ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଜାହାନିଆଁ ଉପକୂଳରେ ଥିବା ଗାଁ ଗୁଡିକୁ ବାତ୍ୟା ସମ୍ଭଦ୍ଧିୟ ସତର୍କ କରାଇ ଦିଆଯାଉଥିବା ବେଳେ ମଙ୍ଗଳବାର ଦିନ ସମ୍ଭାବ୍ୟ ବାତ୍ୟାର କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟରେ ସାହାର୍ଯ୍ୟ କରିବା ଲାଗି ଏନ.ଡି.ଆର.ଏଫ. ବାହିନୀ ଅସ୍ତରଙ୍ଗରେ ପହଁଚିଛନ୍ତି ବୋଲି ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ପ୍ରକାଶ କରିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ଉପକୂଳର ୬ ଗୋଟି ଗ୍ରାମ ପଂଚାୟତର ୭ ଗୋଟି ଗାଁ ସମୁଦ୍ର ପତନଠାରୁ ୨କି.ମି. ତଥା ପୁଇଁଚାନ୍ଦିଆ, ନୂଆଗଡ, ଡାଳୁଅକଣି, ସହନ, ବନ୍ଦାରୀ, କରାଳ, କେଉଟଜଙ୍ଗା, ତଣ୍ଡାହାର, ଉଦୟକଣୀ, ଛେନୁ ପ୍ରଭୃତି ରହିଅଛି । ଏହି ଗ୍ରାମ ଗୁଡିକର ୨,୫୦୦ ପୁରୁଷ,ମହିଳା ଓ ପିଲାଛୁଆଁଙ୍କୁ ନିକଟସ୍ଥ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ପାଇଁ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡିଥିବା ବେଳେ ସେମାନଙ୍କ ଲାଗି ଖାଦ୍ୟ, ପାନୀୟଜଳ ସହ ଶୁଖିଲା ଖାଦ୍ୟ ମଧ୍ୟ ବନେ୍ଦାବସ୍ତ କରାଯାଇଅଛି ।
ଏତ୍ତବ୍ୟତିତ ବ୍ଲକ ତହସିଲରେ କ୍ଷତିଗ୍ରସ୍ଥଙ୍କ ପାଇଁ ପଯ୍ୟାପ୍ତ ପରିମାଣରେ ପଲିଥିନ ମହିଜୁତ ରହିଥିବା ବେଳେ ବିଦ୍ୟୁତ ସରବରାହ ବପର୍ଯ୍ୟସ୍ଥ ଆଶଙ୍କା ରହିଥିବାରୁ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ମାନଙ୍କରେ ଯେଉଁ ବିସ୍ତାପିତ ମାନେ ରହିବେ ସେମାନଙ୍କର ଆଲୋକିକରଣ କରିବା ପାଇଁ ଜେନେରେଟ୍ରର ମଧ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ , ୨୪ ଘଂଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ତଥ୍ୟ ଦିଆଯାଇଥିବା ବେଳେ , ଆଉ ମଧ୍ୟ ଜାହାନିଆଁ ଉପକୂଳରେ ବସବାସ କରୁଥିବା ମସô୍ୟଜୀବି ମାନଙ୍କୁ ସମୁଦ୍ର ଅଶାନ୍ତ ଥିବାରୁ ମାଛ ଧରିବା ପାଇଁ ସମୁଦ୍ରକୁ ନଜିବାକୁ ବାରଣ କରାଯାଇଅଛି ।
ମଙ୍ଗଳବାର ଦିନ ସଖାଳୁ ଜାହାନିଆଁ ଉପକୂଳରେ ପବନର ବେଗ ବଢ଼ିବା ସହ ଅସରା ଅସରା ବର୍ଷା ଆରମ୍ଭ ହୋଇଥିବାରୁ ଉପକୂଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅମ୍ପାନ ଦ୍ୱାରା କ୍ଷତିଗ୍ରସ୍ଥ ହେବାକୁ ଥିବା ଗୃହପାଳିତ ପଶୁ ଯଥା-ଗାଇ , ଗୋରୁ, ଛେଳି, ମେଣ୍ଡା ପ୍ରଭୃତିଙ୍କ ପାଇଁ କ୍ଷତିଗ୍ରସ୍ଥ ହୋଇଥିବା ଗୁହାଳ ଗୁଡିକର ମରାମତି ନିମେନ୍ତ ପର୍ଯ୍ୟାପ୍ତ ପରିମାଣର ପଲିଥିନ ଓ ଗୋଖାଦ୍ୟ ମହଜୁଦ ରଖାଯାଇଅଛି ବୋଲି ଅସ୍ତରଙ୍ଗ ପଶୁ ଚିକିସôା ଅଧିକାରୀ ଅକ୍ଷୟ କୁମାର ଜେନା ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ବାହାରୁ ଆସିଥିବା ଓଡିଆ ପ୍ରବାସିଙ୍କର ଠାରୁ ଐଶାନେଶ୍ୱର ବିଦ୍ୟାପୀଠ ଅଠିତିରା, ରତନପୁର ବାତ୍ୟା ଆଶ୍ରୟସ୍ଥଳୀର ରୁ ମୋଟ ୯୦ ଜଣଙ୍କର ସ୍ୱାର୍ବ ଟେଷ୍ଟ ପାଇଁ ଯାଇଥିବା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଡାକ୍ତର ସଂଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।