ରାଧିକା ମର୍ଚାଣ୍ଟ ଙ୍କ ଜନ୍ମ ୧୯ ଡିସେମ୍ବର ୧୯୯୪ ରେ ଗୁଜୁରାଟ ରାଜ୍ୟ ର କଚ୍ଛ ଜିଲ୍ଲାରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଟି ହେଲା ଦୀପିକା ବୀରେନ ମର୍ଚାଣ୍ଟ । ରାଧିକା ଙ୍କ ପିତା ଙ୍କ ନାମ ହେଲା ବିରେନ୍ ମର୍ଚାଣ୍ଟ ଓ ସେ ଏନ୍ କୋର୍ ହେଲ୍ଥ କେୟାର ର ସିଇଓ ଅଟନ୍ତି । ତାଙ୍କ ମାଆଙ୍କ ନାମ ସୈଲା ମର୍ଚାଣ୍ଟ ଅଟେ । ରାଧିକା ନିଜର ପ୍ରାରମ୍ଭିକ ଶିକ୍ଷା ମୁମ୍ବାଇ ରେ ରହି ସଂପୂର୍ଣ୍ଣ କରିଥିଲେ । ଏହାପରେ ସେ ୨୦୧୭ ରେ ନିୟୁ ୟାର୍କ ୟୁନିଭରସିଟି ରୁ ରାଜନୀତି ବିଜ୍ଞାନ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ନିୟୂୟାର୍କ ରେ ଶିକ୍ଷା ସମାପ୍ତ କରିବା ପରେ ସେ ଭାରତ ଫେରି ଆସି ଇଣ୍ଡିଆ ଫାଷ୍ଟ୍ ଅର୍ଗନାଇଯେଶନ ଓ ଦେଶୀ ଦିୱାନ୍ ଜି ଭଳି କମ୍ପାନୀ ରେ ଇ କଣ୍ଟର୍ଣାସିପ କରିଥିଲେ ।
ରାଧିକା ମୁମ୍ବାଇ ସ୍ଥିତ ଜଣାଶୁଣା ରିଆଲି ଇଷ୍ଟେଷ୍ଟ କମ୍ପାନୀ ଇସପ୍ରଭା ରେ ଜୁନିଅର ସେଲ୍ସ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ । ବର୍ତମାନ ସେ ନିଜର ଫ୍ୟାମିଲି ବ୍ୟବସାୟ ସହିତ ଜଡିତ ଅଛନ୍ତି । ସେ ଗୋଟିଏ ଭଲ କ୍ଲାସିକାଲ ଡ୍ୟାନସର୍ ଅଟନ୍ତି । ମାତ୍ର ୮ ବର୍ଷ ବୟସରୁ ସେ ନୃତ୍ୟ ଶିକ୍ଷା କରିବା ଆରମ୍ଭ କରି ଦେଇଥିଲେ । ସେ ନିଜର ନୃତ୍ୟ ଶିକ୍ଷା ଶ୍ରୀ ନିଭା ଆର୍ଟ ଏକାଡେମୀ ରୁ ଗୁରୁ ଭାବନା ଠକର ଙ୍କ ଠାରୁ ସମାପ୍ତ କରିଥିଲେ । ଖୁବ୍ ଶୀଘ୍ର ରାଧିକା ମର୍ଚାଣ୍ଟ ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ ଙ୍କୁ ବିବାହ କରି ଅମ୍ବାନୀ ପରିବାର ରେ ସାମିଲ୍ ହେବାକୁ ଯାଉଛନ୍ତି ।