Odisha news

ୟୁନିଅନ ବଜେଟ ୨୦୨୩ : ମହାଙ୍ଗା ହେଲା ସୁନା, ରୂପା ଓ ହେଡ଼ ଫୋନ ଦର , ଶସ୍ତା ହେଲା ମୋବାଇଲ ଫୋନ ଓ LED TV

0
କେନ୍ଦ୍ରୀୟ ବିତ ମନ୍ତ୍ରୀ ନିର୍ମଳା ସୀତାରମଣ  ୨୦୨୩ ରୁ ୨୪ ସାଧାରଣ ଆଜି ବଜେଟ ସଂସଦ ରେ ଉପସ୍ଥାପନ କରିଛନ୍ତି l ଅର୍ଥମନ୍ତ୍ରୀ ପଞ୍ଚମ ଥର ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି l  ଚଳିତ ଥର ବଜେଟ ରେ ସାଧାରଣ ଲୋକଙ୍କର ବିଶେଷ ଧ୍ୟାନ ରଖାଯାଇଛି l  ଟ୍ୟାକ୍ସ ଛାଡ଼ କରି କରଦାତା ମାନଙ୍କୁ ବିଶେଷ ଆଶ୍ୱସ୍ତ କରାଯାଇଛି l  ବର୍ତମାନ ୭ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ କରାଗଲା, ଯାହାକି ମାଧ୍ୟମ ବର୍ଗର ଲୋକଙ୍କ ପାଇଁ ଗୋଟିଏ ବଡ ଅସ୍ବସ୍ତି କର କଥା l  ନୂଆ ଟ୍ୟାକ୍ସ ବ୍ୟବସ୍ଥା ଅନୁସାରେ କରଦାତା ଙ୍କ ପାଇଁ ଏହା ଲାଗୁ କରାଯିବ l ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଜାଦୀ କୀ ଅମୃତ ମହୋତ୍ସବ ଅନୁସାରେ ମହିଳା ମାନଙ୍କ ସମ୍ମାନ ପାଇଁ ସଂଚୟ ପତ୍ରର ଘୋଷଣା କରିଛନ୍ତି, ସେଥିପାଇଁ ମହିଳା ମାନଙ୍କ ପାଇଁ ନୂତନ ଶେଭିଂଗ ସ୍କିମ ଲାଗୁହେବ l  ମହିଳାମାନେ ଏହି ନିୟମ ଅନୁସାରେ ଦୁଇବର୍ଷ ପାଇଁ ଜମା କରିପାରିବେ ଓ ମହିଳାମାନେ ଏଥିରେ ୨ଲକ୍ଷ ଟଙ୍କା ଜମା କରିପାରିବେ l  ଯେଉଁଥିରେ ୭ .୫ ପ୍ରତିଶତ ସୁଧ ମିଳିବ l  ଏହା ମହିଳା ମାନଙ୍କ ପାଇଁ ଗୋଟିଏ ବଡ ପଦକ୍ଷେପ ବୋଲି କୁହାଯାଉଛି l
ଚଳିତଥର ର ବଜେଟ ଉଦ୍ୟୋଗ କ୍ଷେତ୍ର ପାଇଁ ମଧ୍ୟ ଗୋଟିଏ ବଡ ସାନ୍ତ୍ୱନା ମୂଳକ ପଦକ୍ଷେପ ନେଇ ଆସୁଛି l  ୧ ଅପ୍ରେଲ ୨୦୨୩ ରୁ MSME ୯୦୦୦ କୋଟି ଉଦ୍ୟୋଗ ଗୁଡିକୁ କ୍ରେଡିଟ ଭାବରେ ଦିଆଯିବ l ଏହାଛଡା ସୁନା , ବିଦେଶୀ ରୁପା ଓ ପ୍ଳଟିନମ ର ଦରବୃଦ୍ଧି ହୋଇଛି ଓ ଅନ୍ୟ ପକ୍ଷରେ LED TV , ମୋବାଇଲ ଫୋନ ଓ ବାୟୋ ଗ୍ୟାସ ର ଦର ହ୍ରାସ ହୋଇଛି l ଏହାଛଡା ଶ ଚଳିତ ଥରର ବଜେଟ ରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି l ଯେଉଁଥିରେ ଅଧିକ ନର୍ସିଂ କଲେଜ ଖୋଲାଯିବାର ସ୍ଥିର କରାଯାଇଛି l ଏଠି ସହିତ ଏକଲବ୍ୟ ସ୍କୁଲ ଗୁଡିକରେ ଶିକ୍ଷକ ମାନଙ୍କର ନୂତନ ନିଯୁକ୍ତି ଦିଆଯିବାର ଘୋଷଣା ହୋଇଛି , ଯେଉଁଥିରେ ୮୦୦୦ ନୂଆ ନିଯୁକ୍ତି ଦିଆଯିବ l ଏହାଛଡା ଅର୍ଥମନ୍ତ୍ରୀ ନିଜ ଭାଷଣ ରେ ୪୭ ଲକ୍ଷ ଯୁବକ ଙ୍କୁ ଷ୍ଟାଇପେଣ୍ଡ ଦିଆଯିବାର ଯୋଜନା ରହିଛି ଯାହାଦ୍ୱାରା ନେସନାଲ ଅପରେଟିସସିପି ଯୋଜନା ର ଆରମ୍ଭ ହେବ l
ଶିକ୍ଷା କ୍ଷେତ୍ରରେ ରିସର୍ଚ୍ଚ କୁ ଗୁରୁତ୍ୱ ଦିଆଯାଇଛି l  ଯେଉଁଥିରେ ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ରେ ମଧ୍ୟ ଆଶା କରାଯାଇ ପାରିବ l ଯେଉଁ ସ୍ବେଛାସେବୀ ସଂଗଠନ ମାନେ ଶିକ୍ଷା କ୍ଷେତ୍ର ସହିତ ଜଡିତ ରହିଛନ୍ତି ସେମାନଙ୍କୁ ଚଳିତ ଥରର ବଜେଟ ରେ ବିଶେଷ ଭାବରେ ଯୋଡ଼ାଯିବ ଓ ଶିକ୍ଷାର କିଭଳି ପ୍ରସାର ହୋଇ ପାରିବ ତାହା ଚେଷ୍ଟା କରାଯିବ l ଡିଜିଟାଲ ଲାଇବ୍ରେରୀ କୁ ୩୮ ହଜାର ରୁ ଅଧିକ ଶିକ୍ଷକ ଙ୍କୁ ଭର୍ତି କରାଯିବ l
କଣ ଶସ୍ତା ହେଲା ଓ କଣ ମହଙ୍ଗା ହେଲା ଆସନ୍ତୁ ଜାଣିବା –
– ଛୁଆ ଙ୍କ ଖେଳନା , ସାଇକେଲ, ଅଟୋମୋବାଇଲ ଶସ୍ତା ହେବ l
– ଇଲେକ୍ଟ୍ରୋନିକ୍ସ ବାହାନ ଶସ୍ତା ହେବ l
– ବିଦେଶରୁ ଆସୁଥିବା ରୁପା ହେଲା ମହଙ୍ଗା l
– ଦେଶୀ କ୍ୱିଚେଁ ଚିମିନି ମହଙ୍ଗା ହେଲା l
– ମୋବାଇଲ ଫୋନ, କ୍ୟାମେରା ଓ ଲେନ୍ସ ଶସ୍ତା ହେଲା l
– ସିଗାରେଟ ର ଦର ବୃଦ୍ଧି ହେଲା l
– ଏହାଛଡା ପର୍ଯ୍ୟଟନ କ୍ଷେତ୍ର ପାଇଁ ସରକାର ବଡ଼ ନିଷ୍ପତି ନେଇଛନ୍ତି l ପ୍ରତ୍ୟେକ ରାଜଧାନୀରେ ୟୂନିଟି ମଲ ଖୋଲାଯିବାର ପ୍ରୋତ୍ସାହନ ଦିଆଯିବ l
– ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ଗୁରୁତ୍ୱ ଦିଆଯିବ , ଯାହାଦ୍ୱାରା ଲୋକେ ସୁବିଧାରେ ରହିବାରେ ଆବାସ ପାଇପାରିବେ l
Leave A Reply