Odisha news

ଦାରିଙ୍ଗବାଡି କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ଅଭିଯୁକ୍ତ ଥାନରେ ଅଟକ,ପୋଲିସର ତଦନ୍ତ ଆରମ୍ଭ

0

ବାଲିଗୁଡ଼ା,25/5  କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଏଭଳି ଉଦ୍ୟମ କରିଛି କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ୟ ଜଣେ ଯୁବକ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିର ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଛି ଏଭଳି ଗୁରୁତର ଅଭିଯୋଗ । ଅଭିଯୋଗ ପ୍ରକାରେ ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଦାରିଙ୍ଗବାଡ଼ି ଡଃ ବି.ଆର. ଆମ୍ବେଦକର କଲେଜ ଛାତ୍ରାବାସରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି

ଏଠାରେ  ୨ଶହ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ ସେଣ୍ଟର ରହିଛି । ଉଭୟ ପୁରୁଷ ଏବଂ ମହିଳା ପ୍ରବାସୀ ଓଡ଼ିଆ ଏହି ସେଣ୍ଟରରେ ରହିଛନ୍ତି । ତେବେ ପୀଡ଼ିତାଙ୍କୁ କ୍ୱାରେଣ୍ଟାଇନରେ ରହିଥିବା ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ତିନିଟା ସମୟରେ ପୀଡ଼ିତା ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗ ପରେ ପୁରା ଘଟଣାର ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ଏପରିକି ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖାଯାଇଛି । ପ୍ରକାଶ ଥାଉକି ଗତ ୧୩ ତାରିଖରେ ତାମିଲନାଡୁ, ବେଙ୍ଗାଲୁରୁ, ମହାରାଷ୍ଟ୍ର ଇତ୍ୟାଦି ସ୍ଥାନରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

ଏମାନଙ୍କ ମଧ୍ୟରେ ୧୯ ଜଣ ଯୁବକ, ଜଣେ ୫ ବର୍ଷର ଶିଶୁ ରହିଛନ୍ତି ଏବଂ ୯ ଜଣ ଯୁବତୀ ରହିଛନ୍ତି । ଆଉ ଅଳ୍ପ ଦିନ ଭିତରେ ଏମାନଙ୍କ କ୍ୱାରେଣ୍ଟାଇନ ସରିବାର ଅଛି । ହେଲେ ଏହାରି ଭିତରେ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଛି ଏଭଳି ଅଭିଯୋଗ । କ୍ବାରେଣ୍ଟାଇନ୍ ସେଣ୍ଟର୍ କୁ ନେଇ ପ୍ରଶାସନ କେତେ ସଜାଗ ଘଟଣାରୁ ବେସ୍ ଅନୁମେୟ  l ଘଟଣାରେ ଥାନାରେ ଅଟକ ଥିବା ସମ୍ପୃକ୍ତ ଯୁବକଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍ ହାତିମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ଯୁବତୀଙ୍କ ଘର ରାଇକିଆ ଥାନା ଅଞ୍ଚଳ ବୋଲି ଜଣାପଡିଛି। ତେବେ ଏନେଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ସହିତ ଯୋଗାଯୋଗ କରିବାରୁ ଜଣେ ଯୁବକ ଜୈନେକ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ଜାରି ରହିଛି ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।

Leave A Reply