ଗବେଷଣା ଅନୁସାରେ ଆଲିଙ୍ଗନ କରିବା ଦ୍ୱାରା ମିଳିଥାଏ ଶରୀର କୁ ଚମତ୍କାର ଲାଭ , ରକ୍ତଚାପ ସନ୍ତୁଳିତ ରହିବା ସହିତ ହାର୍ଟ ରହିଥାଏ ସୁସ୍ଥ
ଆଲିଙ୍ଗନ ଗୋଟିଏ ଏଭଳି ଶବ୍ଦ ଯାହାକୁ କେବଳ ଅନୁଭବ କରି ହୋଇଥାଏ । ଆଲିଙ୍ଗନ କେବଳ ନିଜ ପାର୍ଟନର କୁ ନୁହେଁ , ଛୋଟ ବେଳେ ମନ କଷ୍ଟ ରେ ଥିବା ସମୟରେ ମା ନିଜ କୋଳକୁ ଟାଣି ନେଇ ଯେତେବେଳେ କହୁଥାଏ ସବୁ ଠିକ୍ ହୋଇଯିବ ସେତେବେଳେ ମନରେ ଯେଉଁ ବଳ ସୃଷ୍ଟି ହୋଇଥାଏ ତାହା ହେଉଛି ଆଲିଙ୍ଗନ ର ଚମତ୍କାର । ଯେତେବେଳେ ସାଙ୍ଗ କୁ ଖୁସିରେ ଆଲିଙ୍ଗନ କରି ଥାଉ ସେତେବେଳେ ଯେଉଁ ମନ ଉତଫୁଲିତ ହୋଇଥାଏ ତାହା ହେଉଛି ଆଲିଙ୍ଗନ ର ଚମତ୍କାର । ମନ ଖୁସି ହେଉ କିମ୍ବା ଦୁଃଖ ହେଉ ମନକୁ ଶାନ୍ତ କରିବାରେ ଆଲିଙ୍ଗନ ର ରହିଛି ମୁଖ୍ୟ ଭୂମିକା । ଆମେରିକା ଇଂଲଣ୍ଡ ଭଳି ୟୁରୋପୀୟ ଦେଶ ଗୁଡିକ ରେ ଆଲିଙ୍ଗନ କୁ ପାୱାର ବୁଷ୍ଟାର ଭାବରେ ଦେଖା ଯାଇଥାଏ ।
ଆଜି ଆସନ୍ତୁ ଜାଣିବା ଆଲିଙ୍ଗନ ର ଚମତ୍କାର ଲାଭ ବିଷୟରେ :-
* ରକ୍ତଚାପ ନିୟନ୍ତ୍ରଣ କରିଥାଏ ଆଲିଙ୍ଗନ -:
ଆଲିଙ୍ଗନ ରେ ରହିଛି ଅନେକ ଗୁଡ଼ିଏ ଶାରିରୀକ ଲାଭ । ଆଲିଙ୍ଗନ ଦ୍ଵାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଯେତେବେଳେ ଆମେ ଆଲିଙ୍ଗନ କରିଥାଉ ସେତେବେଳେ ଅକ୍ସୀଟୋଷିନ ରକ୍ତରେ ମିଶି ଥାଏ ଓ ଏହାଦ୍ବାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ୟୁରୋପୀୟ ରାଷ୍ଟ୍ର ରେ ଆଲିଙ୍ଗନ କୁ ରକ୍ତ ଚାପ ରୋଗୀ ଙ୍କ ଚିକିତ୍ସା ପାଇଁ କରାଯାଇ ଥାଏ ।
* ଷ୍ଟ୍ରେସ୍ ଦୂର କରିଥାଏ ଆଲିଙ୍ଗନ :-
ଯଦି ଆପଣ ଙ୍କୁ କେହି ଖୁବ୍ ଆଦର ରେ ଆଲିଙ୍ଗନ କରିଥାଏ ତେବେ କିଛି ଅଲଗା ପ୍ରକାରର ଅନୁଭୂତି ହୋଇଥାଏ । ବିଶେଷଜ୍ଞ ମାନେ କୁହନ୍ତି ଯେ ଗୋଟିଏ ଟାଇଟ୍ ଆଲିଙ୍ଗନ
ଷ୍ଟ୍ରେସ୍ ଦୂର କରିବାରେ ସାହାଯ୍ୟ କରିଥାଏ । ବିଶେଷ ଭାବରେ ଆଲିଙ୍ଗନ ସମୟରେ ରକ୍ତରେ ଅକ୍ସୀ ଟୋଷିନ ଓ କାର୍ଟି ସୋଲ୍ ନାମକ ହର୍ମୋନ କ୍ଷରଣ ହୋଇଥାଏ ଯାହାକି
ଷ୍ଟ୍ରେସ୍ ଦୂର କରିବାରେ ସାହାଯ୍ୟ କରିଥାଏ ।
* ଡିପ୍ରେସନ୍ କୁ ତୁରନ୍ତ ଦୂର କରିଥାଏ :-
ଯଦି ଆପଣଙ୍କ ର କୌଣସି ନିକଟ ସମ୍ପର୍କୀୟ ଡିପ୍ରେସନ୍ ଦେଇ ଗତି କରୁଛି ତେବେ ତାହାକୁ ନିୟମିତ କିଛି ସମୟ ପାଇଁ ଆଲିଙ୍ଗନ କରନ୍ତୁ । ଏହା ତାଙ୍କ ଶରୀରରେ ଖୁସି ର ହର୍ମନ ସ୍ରାବ କରାଇ ଖୁବ୍ ଶୀଘ୍ର ଡିପ୍ରେସନ୍ ଭଳି ସମସ୍ୟା ଦୂର କରିବ ।
* ହାର୍ଟ ପାଇଁ ହିତକର :-
ଆଲିଙ୍ଗନ ହାର୍ଟ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆଲିଙ୍ଗନ ଦ୍ଵାରା ରକ୍ତଚାପ ନିୟନ୍ତ୍ରଣ ହେବା ସହିତ ଗୁଡ଼ ହର୍ମନ ସ୍ରାବ ହୋଇଥାଏ ଯାହାକି ହାର୍ଟ କୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହାଛଡା ଆଲିଙ୍ଗନ ମନରେ ପଜିଟିଭ ଏନର୍ଜି ଭରିଥାଏ । କାମ କରିବାରେ ମନରେ ସକାରାତ୍ମକ ଶକ୍ତି ଭରି ଥାଏ । ଦାମ୍ପତ୍ୟ ଜୀବନ ରେ ଯଦି ମନୋ ମଳିନ୍ୟ ହେଉଛି ତେବେ ସ୍ବାମୀ ସ୍ତ୍ରୀ ଆଲିଙ୍ଗନ ଦ୍ଵାରା ଏହାକୁ ଦୂର କରି ଥାଆନ୍ତି । ତେଣୁ ନିଜ ପାର୍ଟନର କୁ କଦାପି ଆଲିଙ୍ଗନ କରିବାକୁ ଭୁଲନ୍ତୁ ନାହିଁ ।
