Odisha news

ଫ୍ରିଜ ରେ ରଖିବା ସତ୍ତ୍ବେ ମଧ୍ୟ ଏହିସବୁ ଖାଦ୍ୟ ଶରୀର ପାଇଁ ହୋଇଥାଏ ସ୍ଲୋ ପଏଯନ୍ ଭଳି , ନିର୍ଦ୍ଧିଷ୍ଟ ସମୟ ପରେ ଖାଇବା ଉଚିତ୍ ନୁହେଁ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନ ରେ ଲୋକେ ନିଜ ଖାଦ୍ୟ ଶୈଳୀ ଯୋଗୁଁ ଅନେକ ପ୍ରକାର ଶାରିରୀକ ସମସ୍ୟା ର ସମୁଖୀନ ହେଉଛନ୍ତି । କିଛି ଲୋକେ ବ୍ୟସ୍ତତା ଭିତରେ ପ୍ୟାକେଜ ଫୁଡ୍ ର ଆଶ୍ରୟ ନେଉଥିବା ବେଳେ ଆଉ କିଛି ଲୋକେ ରେଡି ଟୁ ଇଟ୍ ଭଳି ଖାଦ୍ୟର ଆଶ୍ରୟ ନେଉଛନ୍ତି । ଆଉ କିଛି ଲୋକେ ସପ୍ତାହ ର ଗୋଟିଏ ଦିନ ଭୋଜନ ପ୍ରସ୍ତୁତ କରି ଫ୍ରୀଯ ରେ ରଖିଦେଇ ସପ୍ତାହ ସାରା ସେହି ଭୋଜନ କୁ ସେବନ କରୁଛନ୍ତି । ଆଜିର ଯାନ୍ତ୍ରିକ ଦୁନିଆଁ ରେ ଦୀର୍ଘ ଦିନ ଧରି ରୋଷେଇ ନକରି ସେହି ଖାଦ୍ୟ କୁ ଗରମ କରି ସେବନ କରିବା ପାଇଁ ଫ୍ରିଜ ହେଉଛି ଗୋଟିଏ ଭଲ ମାଧ୍ୟମ ।
କିନ୍ତୁ ଏହି ଫ୍ରିଜ୍ ମଧ୍ୟ ଶରୀର ପାଇଁ ଅନେକ ରୋଗର କାରଣ ହୋଇଥାଏ ତାହା ଆମେ ଭୁଲି ଯାଇଥାଉ । ଏହା ଆମର କେବଳ ଭୁଲ ଧାରଣା ହୋଇଥାଏ ଯେ ଖାଦ୍ୟ ପଦାର୍ଥ ଯଦି ଫ୍ରିଜ୍ ରେ ରହିଥାଏ ତେବେ ଶରୀର ଉପରେ ଖରାପ ପ୍ରଭାବ ପକାଇ ନଥାଏ । କିନ୍ତୁ ଏଭଳି କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକି ନିର୍ଦ୍ଧିଷ୍ଟ ସମୟ ପରେ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଆସନ୍ତୁ ଜାଣିବା ସେହିସବୁ ଖାଇବା ଜିନିଷ ବିଷୟରେ ଯାହାକି ଫ୍ରିଜ୍ ରେ ରଖିବାର ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପରେ ସେବନ କରିବା ଶରୀର ପାଇଁ ହୋଇଥାଏ କ୍ଷତି କାରକ ।
* ଆମେ ସମସ୍ତେ ପ୍ରାୟ ସ୍ୟାଣ୍ଡ ଉଇଚ୍, ପକୋଡ଼ା, ପିଯା ଇତ୍ୟାଦି ରେ ମୟୋନିଜ୍ ର ବ୍ୟବହାର କରିଥାଉ । ଏହାକୁ ଆମେ ସାଧାରଣ ଭାବରେ ଦୀର୍ଘଦିନ ଧରି ଫ୍ରିଜ୍ ରେ ପ୍ରିଜର୍ଭ କରି ରଖିଥାଉ । ଏହା ଗୋଟିଏ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଅଟେ । ଏଥିରେ ଶୁଗାର୍ ପାଉଡର, ତେଲ , ଭିନେଗର ଭଳି ଅନେକ ଜିନିଷ ମିଶି ଥାଏ । ଯାହାକି ଶରୀର ପାଇଁ ଖୁବ୍ କ୍ଷତିକାରକ ଅଟେ । ଯଦି ଆପଣ ଏହି ଜିନିଷ କୁ ଫ୍ରିଜ୍ ରେ ରଖି ଦୀର୍ଘଦିନ ବ୍ୟବହାର କରିଛନ୍ତି ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଷ୍ଟୋମକ ଇନ୍ଫେକସନ୍ ର କାରଣ ହୋଇଥାଏ ।
* ବ୍ରେଡ ଓ ବଟର କୁ ଦୀର୍ଘଦିନ ଧରି ଫ୍ରିଜ୍ ରେ ରଖି ସେବନ କରିବା ଉଚିତ୍ ନୁହେଁ । ଏହି ୨ଟି ଜିନିଷ ରେ ପ୍ରିଜର ଭେଟିବ ମିଶିଥାଏ । ଯାହାକି ଗ୍ୟାସ୍ ଏସିଡିଟି ର କାରଣ ହୋଇଥାଏ । ବଟର କୁ ୨ସପ୍ତାହ ରୁ ଅଧିକ
ଫ୍ରିଜ୍ ରେ ରଖିବା ଉଚିତ୍ ନୁହେଁ ।ଏହାଛଡା ବଟର ବ୍ୟବହାର କରିବାର ୧୫ ମିନିଟ ପୂର୍ବରୁ
ଫ୍ରିଜ୍ ରୁ ବାହାର କରିବା ଆବଶ୍ୟକ । ବ୍ରେଡ୍ ରେ ମିଶୁଥିବା ଇଷ୍ଟ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହାକୁ ଦୀର୍ଘଦିନ ଫ୍ରିଜ୍ ରଖନ୍ତୁ ନାହିଁ ।
* ଫ୍ରିଜ୍ ରେ ସବୁବେଳେ କ୍ଷୀର କୁ ଫୁଟାଇ ରଖନ୍ତୁ । ଏହାଛଡା ବ୍ୟବହାର କରିବା ପରେ ତୁରନ୍ତ ଫ୍ରିଜ୍ ରେ ରଖି ଦିଅନ୍ତୁ । ଦୀର୍ଘ ସମୟ ଧରି ବାହାରେ ରଖିବା ଦ୍ଵାରା ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥାଏ । ଯାହାକି ଚେଷ୍ଟ ରେ ସଂକ୍ରମଣ ର କାରଣ ଅଟେ ।
* ଯେଉଁ ଲୋକମାନେ ଆମିଷ ପ୍ରିୟ ସେମାନେ ଦୀର୍ଘଦିନ ଧରି ଫ୍ରିଜ୍ ରେ ଆମିଷ ପ୍ରସ୍ତୁତ କରି ରଖି ଥାଆନ୍ତି ଓ ନିଜ ରୁଚି ମୁତାବକ ଖାଆନ୍ତି । ଯଦି ଆପଣ ଏଭଳି କରୁଛନ୍ତି ତେବେ ତାହା କରନ୍ତୁ ନାହିଁ । ଆମିଷ ଖାଦ୍ୟ କୁ ଦୀର୍ଘଦିନ ଧରି ଫ୍ରିଜ୍ ରେ ରଖି ସେବନ କରିବା ଦ୍ୱାରା ଲିଭର ଉପରେ ଖରାପ ପ୍ରଭାବ ପଡିଥାଏ । ଏହା ମାତ୍ର ୩୦ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ ରେ ସୁରକ୍ଷିତ ରୁହେ । ଏହାପରେ ତାର ଗୁଣ ନଷ୍ଟ ହେବା ଆରମ୍ଭ କରିଥାଏ ।
* ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପରେ ଫ୍ରିଜ୍ ରେ ରଖୁଥିବା ଫଳ ଓ ପନିପରିବା ନିଜର ଗୁଣ ନଷ୍ଟ କରି ଥାଆନ୍ତି । ପୁରୁଣା କାଳରେ ଲୋକେ ପନିପରିବା ବାହାରେ ରଖିଥିଲେ । ଯେଉଁ କାରଣରୁ ସେମାନେ ଅଧିକ ସୁସ୍ଥ ରହୁଥିଲେ । ତେଣୁ ଫ୍ରିଜ୍ ରେ ରଖିଥିବା ଫଳ ଓ ପନିପରିବା କୁ ୪୮ ଘଣ୍ଟା ମଧ୍ୟରେ ସେବନ କରିବା ଆବଶ୍ୟକ, ନଚେତ୍ ଏହି ଜିନିଷ ଗୁଡ଼ିକ ନିଜର ଗୁଣ ନଷ୍ଟ କରି ଥାଆନ୍ତି ।
Nalco
Leave A Reply