Odisha news

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ତଥା ବାପୁଜୀ ଆଶ୍ରମ ଠାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଜୀ ଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ପାଳନ

0
 ଆଜି ତା-୧୪/୧୧/୨୦୨୨ ରିଖ, ସୋମବାର ସକାଳ ୦୯:୦୦ ଘଣ୍ଟା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ତଥା ବାପୁଜୀ ଆଶ୍ରମ ଠାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଜୀ ଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି  ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଙ୍କ ସୂଚନା ଅନୁସାରେ , ଉପସଭାପତି ଶ୍ରୀ ମହେଶ୍ବର ପାତ୍ର ଓ ଏସ୍.ଦଣ୍ଡପାଣି ପାତ୍ର ଙ୍କ ଉପସ୍ଥିତ ରେ ହୋଇ ଅଛି। ଏଥିରେ ଗଂଜାମ ଜିଲ୍ଲା ଯୁବ ସଭାପତି ଶ୍ରୀ ସନାତନ ସାହୁ, ଶ୍ରୀ ସିଦ୍ଧାନ୍ତ କୁମାର ସାହୁ,ପିସିସି ସଭ୍ୟ ପଦ୍ମ ଚରଣ ସାହୁ, ଦେବୀ ବିଶୋଇ,ବରିଷ୍ଠ ନେତା ଶ୍ରୀ ବୃନ୍ଦାବନ ଖଟେଇ, ଏସ୍.ନାଗଭୂଷଣ ରାଓ,     ସେବା ଦଳ ମୁଖ୍ୟ ଶ୍ରୀ କିଶୋର କାପୂର,ଡବ୍ଲ୍ୟୁ.ଵାଲାକ୍ରିଷ୍ଣା ,ଶୁଭାସିନୀ ପଟ୍ଟନାୟକ,ସମେତ ବହୁ ଛାତ୍ର ଓ ଯୁବ ନେତା, କଂଗ୍ରେସ କର୍ମୀ ଉପସ୍ଥିତ ରହି ପ୍ରତିମା ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
Leave A Reply