ୟୁକେ ୱାରୱିକ୍ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କରାଯାଇଥିବା ଏକ ନୂଆ ମେଶିନ୍ ଲର୍ଣ୍ଣିଂ ଆଲଗୋରିଦମ୍ ସାହାଯ୍ୟରେ ୫୦ଟି ଗ୍ରହ ଠାବ କରାଯାଇଛି । ଫେକ୍ ଓ ବାସ୍ତବତା ଜାଣିବା ପାଇଁ ପ୍ରଥମ ଥର ଖଗୋଳବିଦ୍ମାନେ ମେଶିନ୍ ଲର୍ଣ୍ଣିଂ ଭଳି କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ କରିଛନ୍ତି । ୱାରୱିକ୍ ବିଶ୍ୱବିଦ୍ୟାଳୟର ଭୌତିକ ଓ କମ୍ପୁ୍ୟଟର ସାଇନ୍ସ ବିଭାଗ ଏବଂ ଦ ଏଲନ୍ ଟୁ୍ୟରିଙ୍ଗ୍ ଇନଷ୍ଟିଚୁ୍ୟଟ୍ର ବୈଜ୍ଞାନିକମାନେ ଏକ ମେଶିନ୍ ଲର୍ଣ୍ଣିଂ ଆଧାରିତ ଆଲଗୋରିଦମ୍ ନିର୍ମାଣ କରିଛନ୍ତି ଯାହା କ୍ଷୁଦ୍ର ଓ ଅତିକ୍ଷୁଦ୍ର ଗ୍ରହ ଚିହ୍ନଟ କରିପାରିବ ।