Odisha news

୧ ଜୁଲାଇ ରୁ ବିୟର ସମେତ ଏହିସବୁ ପ୍ରିମିୟମ ଆଲକୋହଲ ହେବ ମୂଲ୍ୟ ହ୍ରାସ

0

ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର, ସୂଚନା ଯୋଗ୍ୟ ଯେ ଜୁଲାଇ ୧ତାରିଖ ରୁ ମଦ ହେବ ଶସ୍ତା l କାହିଁକି ନା ଭାରତରେ ଘଟଣା ଯାହାବି ହୋଇଥାଉ ଓ ଯେ କୌଣସି ସ୍ପେସିଆଲ ଦିନ ପାଳନ କରାଯାଉ ମଦ କୁ ପାନୀୟ ଭାବରେ ପ୍ରତ୍ୟେକ ଭୋଜିରେ ସାମିଲ କରାଯାଇ ଥାଏ l କିନ୍ତୁ ଏହି ସୁଯୋଗ ସମଗ୍ର ଭାରତୀୟ ଙ୍କୁ ଉପଲବ୍ଧ ହେବନାହିଁ l ଏହି ସୁଯୋଗ ଦକ୍ଷିଣ ଭାରତର ରାଜ୍ୟ କର୍ଣ୍ଣାଟକ ରାଜ୍ୟ ରେ ଉପଲବ୍ଧ କରାଯିବ l କର୍ଣ୍ଣାଟକ ସରକାର ମଦ ର ମୂଲ୍ୟ ହ୍ରାସ କରିବା ପାଇଁ ନିଷ୍ପତି ନେଇଛନ୍ତି l ରାଜ୍ୟ ସରକାର ଜୁଲାଇ ୧ତାରିଖ ଠାରୁ ରାଜ୍ୟ ରେ ବିୟର ସମେତ ଏହିସବୁ ପ୍ରିମିୟମ ବ୍ରାଣ୍ଡ ମଦରେ ମୂଲ୍ୟ ହ୍ରାସ ହେବାର ଘୋଷଣା କରାଯାଇଛି l

କର୍ଣ୍ଣାଟକ ସରକାର ଙ୍କର ଏହି ନିୟମ ଆସନ୍ତା ଜୁଲାଇ ୧ତାରିଖ ଠାରୁ ଲାଗୁ ହେବ, ଏବଂ ଏଥିରେ ଦାମୀ ମଦର ଉତ୍ପାଦନ ଶୁଳ୍କ କମ କରି ଦିଆଯିବ l ସରକାର ଙ୍କ ର ଏହି ନିଷ୍ପତି ପଡୋଶୀ ରାଜ୍ୟ ସହିତ କମ୍ପିଟିସନ କରିବା ପାଇଁ ୧୪ଟି ବିଭିନ୍ନ ଶ୍ରେଣୀର ପ୍ରିମିୟମ ମଦ ଉପରେ ମୂଲ୍ୟ ସଂଶୋଧନ କରାଯାଇଛି l କର୍ଣ୍ଣାଟକ ସରକାରଙ୍କ ର ମତ ଅନୁସାରେ ଏହାଦ୍ୱାରା ଶସ୍ତା ମଦ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ବଦଳରେ କର୍ଣ୍ଣାଟକ ରୁ କିଣିବା ସମ୍ଭବ ପର ହେବ l

ଯେଉଁ ବ୍ରାଣ୍ଡେଡ ମଦର ମୂଲ୍ୟ ୨୦୦୦ ଟଙ୍କା ଥିଲା, ତାହା ଜୁଲାଇ ୧ତାରିଖ ରୁ ୧୭୦୦ ରୁ ୧୮୦୦ ଟଙ୍କା ରେ ବିକ୍ରୀ କରାଯିବ l ଏବଂ ଯେଉଁ ମଦର ମୂଲ୍ୟ ୫ ହଜାର ଥିଲା ତାହା ହ୍ରାସ ହୋଇ ୩୬୦୦-୩୭୦୦ ରହିବ l

Leave A Reply