Odisha news

ଆଜି ହେଉଛି ଅକ୍ଷୟ ତୃତୀୟା : ଜୀବନରେ ସୁଖ ସମୃଦ୍ଧି ଲାଭ କରିବା ଓ ଋଣରୁ ମୁକ୍ତି ପାଇବା ପାଇଁ ଆଜିହିଁ କରନ୍ତୁ ଏହି ଉପାୟ

0

ଆମ ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ହେଉଛି ଗୋଟିଏ ବଡ ପର୍ବ l ଏହି ଦିନଟି କୁ ଭାରତର ବିଭିନ୍ନ ସ୍ଥାନରେ ପାଳନ କରାଯାଇ ଥାଏ l ଓଡ଼ିଶାର ସଂସ୍କୃତିରେ ଅକ୍ଷୟ ତୃତୀୟା ର ଅନେକ ମହତ୍ୱ ରହିଛି l ଏହିଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥକାଠ ର ଅନୁକୂଳ ହୋଇଥାଏ, ଚାଷୀ ଅକ୍ଷି ମୁଠି ନେଇ ବିଲକୁ ଯାଇଥାଏ ଓ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ , ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କର ବିଶେଷ ଭାବରେ ପୂଜା କରାଯାଇଥାଏ l

ଶାସ୍ତ୍ରର ମାନ୍ୟତା ଅନୁସାରେ ଏହିଦିନ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ଗୋଟିଏ ଶୁଭଦିନ ଅଟେ l ଅକ୍ଷୟ ତୃତୀୟା ଦିନ ଗୃହ ପ୍ରବେଶ, ବ୍ରତଘର, ବିବାହ ଇତ୍ୟାଦି ଶୁଭ କାର୍ଯ୍ୟ କରାଯାଇ ଥାଏ l ସେହିଭଳି ନୂତନ ବ୍ୟବସାୟ ମଧ୍ୟ ଏହିଦିନ ଆରମ୍ଭ କରିବା ଖୁବ ଶୁଭ ଅଟେ l

* ଯଦି ଆପଣ ଜୀବନରେ ସୁଖ ସମୃଦ୍ଧି ଲାଭ କରିବାକୁ ଚାହୁଁଛନ୍ତି ତେବେ ଅକ୍ଷୟ ତୃତୀୟା ଦିନ ସକାଳୁ ଗାଧୋଇ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଁଳା ବୃକ୍ଷକୁ ଜଳ ଅର୍ପଣ କରନ୍ତୁ l ଏହାପରେ ଗୋଟିଏ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ ଓ ଲକ୍ଷ୍ମୀ ବିଷ୍ନୁ ଙ୍କୁ ପ୍ରଣାମ କରନ୍ତୁ l

* ପାରିବାରିକ ଜୀବନ ରେ ସୁଖ ସମୃଦ୍ଧି ପାଇଁ ଅକ୍ଷୟ ତୃତୀୟା ଦିନ ଲକ୍ଷ୍ମୀଙ୍କ ନିକଟରେ ଶ୍ରୀ ଯନ୍ତ୍ର ସ୍ଥାପନା କରନ୍ତୁ l ଏହି ଯନ୍ତ୍ରଟିକୁ ଗୋଟିଏ ଧଳା କପଡା ଉପରେ ରଖି ଚନ୍ଦନ ଓ ସିନ୍ଦୁର ଅର୍ପଣ କରନ୍ତୁ l ଏହା ବ୍ୟତୀତ ୭ଗୋଟି ଦୁବ କେରା ନେଇ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ l ଏହାପରେ ମାଙ୍କ ନିକଟରେ ଗୋଟିଏ ପଦ୍ମଫୁଲ ଅର୍ପଣ କରନ୍ତୁ l

* ନୂତନ ବ୍ୟବସାୟ ପାଇଁ ଏହିଦିନ ଟି ଖୁବ ଶୁଭ ଅଟେ l ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ନିଜ ପ୍ରତିଷ୍ଠାନ ର ଉତର ଦିଗରେ ଧନ  ଲକ୍ଷ୍ମୀ ଓ କୁବେରଙ୍କ ଫଟୋ ସ୍ଥାପନା କରନ୍ତୁ l ଏହାପରେ ଏଠାରେ ଗୋଟିଏ କଳସ ସ୍ଥାପନା କରି ପ୍ରତିଦିନ ଲକ୍ଷ୍ମୀ କୁବେର ମନ୍ତ୍ର ପାଠ କରନ୍ତୁ l ଏହାଦ୍ୱାରା ବ୍ୟବସାୟ ବୃଦ୍ଧି ହେବ l

* ଋଣ ଭାର ରୁ ମୁକ୍ତି ପାଇବା ପାଇଁ ଅକ୍ଷୟ ତୃତୀୟା ଦିନ ଘରର ଉତ୍ତର ଦିଗରେ ଅକ୍ଷୟ ଘଟ ସ୍ଥାପନା କରନ୍ତୁ l ଏହି ଘଟଟି ଉପରେ ଆମ୍ବଡାଳ, ପଇଡ଼ ଓ ଗୋଟିଏ ନାଲି କପଡ଼ାରେ ଧାନ ଓ କଉଡ଼ି ବାନ୍ଧି ରଖିବେ l ଏହାଦ୍ୱାରା ଧନ ବୃଦ୍ଧି ହେବ ଓ ଋଣଭାର ରୁ ମୁକ୍ତି ମିଳିବ l

* ଯଦି ଆପଣ ଅକ୍ଷୟ ତୃତୀୟା ଦିନ ନୂତନ ଗୃହ ପ୍ରତିଷ୍ଠା କରୁଛନ୍ତି ତେବେ ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ରରେ ତ୍ବରାଣ ଲଗାନ୍ତୁ l ଏହାଦ୍ୱାରା ସଫଳତା ଆପଣଙ୍କ ଗୃହକୁ ପ୍ରବେଶ କରିବ l

* ଅକ୍ଷୟ ତୃତୀୟା ଦିନ ଯଦି ନୂତନ ଅଳଙ୍କାର କିଣୁଛନ୍ତି ତେବେ ତାହାକୁ ଲକ୍ଷ୍ମୀଙ୍କ ନିକଟରେ ପୂଜା କରି ଧାରଣ କରନ୍ତୁ, ଏହାଦ୍ୱାରା ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ l

* ଯେଉଁ ନାରୀମାନେ ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ଶଙ୍ଖା ସିନ୍ଦୁର ଅର୍ପଣ କରି ଥାଆନ୍ତି ସେମାନଙ୍କ ସ୍ବାମୀମାନେ ଚିରଞ୍ଜିବୀ ହେବା ସହ ଐଶ୍ୱର୍ଯ୍ୟ ଲାଭ କରନ୍ତି l

Leave A Reply