Odisha news

କାହିଁକି NSA ଅଜିତ ଡୋଭାଲ ଇଣ୍ଟରନେଟ ଓ ମୋବାଇଲ ବ୍ୟବହାର କରନ୍ତି ନାହିଁ

0

ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଶନିବାର ବିକଶିତ ଭାରତ ୟଙ୍ଗ ଲିଡ଼ର୍ସ ଡାଇଲଗ ୨.୦ ର ଉଦ୍ଘାଟନ କୁ ସମ୍ବୋଧିତ କରିଛନ୍ତି, ଏହି ସମୟରେ ସେ ଯୁବକ ମାନଙ୍କୁ ବିଶେଷ ସନ୍ଦେଶ ଦେଇଥିଲେ, ଅଜିତ ଡୋଭାଲ ନିଜ ସମ୍ବୋଧନ ରେ କହିଥିଲେ ଯେ ଭାରତର ସ୍ୱାଧୀନତା ଖୁବ କଷ୍ଟରେ ମିଳିଛି, ସେଥିପାଇଁ ଭାରତୀୟ ଙ୍କ ଅନେକ ପିଢ଼ି ଅପମାନ, ବିନାଶ ଓ କ୍ଷତି ସହିଛନ୍ତି l

ଏହି ସମୟରେ ଗୋଟିଏ ପ୍ରଶ୍ନ ଉତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଅଜିତ ଡୋଭାଲ ମନଖୋଳି ଅନେକ ପ୍ରଶ୍ନର ଉତର ଦେଇଥିଲେ, ଯେଉଁ ଉତ୍ତରରେ ଅଜିତ ଡୋଭାଲ କହିଥିଲେ ଯେ ଆଜିର ଆଧୁନିକ ଯୁଗରେ ସେ ମୋବାଇଲ ଫୋନ କିମ୍ବା ଇଣ୍ଟରନେଟ ବ୍ୟବହାର କରୁ ନାହାନ୍ତି, ଯାହାକୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l

ଭାରତ ମଣ୍ଡପମ ରେ ଆୟୋଜିତ ବିକଶିତ ଭାରତ ୟଙ୍ଗ ଲିଡ଼ର୍ସ ଡାଇଲଗ କାର୍ଯ୍ୟକ୍ରମ ରେ ଯୁବପିଢ଼ି ତାଙ୍କୁ ପଚାରିଥିଲେ ଯେ ଇଣ୍ଟରନେଟ ଓ ଫୋନ କାହିଁକି ବ୍ୟବହାର କରନ୍ତିନାହିଁ l ଏହାର ଉତ୍ତରରେ NSA  ଅଜିତ ଡୋଭାଲ କହିଥିଲେ ଯେ ମୋବାଇଲ କିମ୍ବା ଇଣ୍ଟରନେଟ ଆଜିର ଜୀବନଶୈଳୀ ଆଦୌ ଅଧିକ ଜରୁରୀ ନୁହେଁ l ଯାହାକି ଆଜିର ଯୁବପିଢ଼ି ଙ୍କ ପାଇଁ ଗୋଟିଏ ମୁଖ୍ୟ ସାଧନ ହୋଇଯାଇଛି l

ଅନେକ ସମୟରେ ପାରିବାରିକ କଥା, କିମ୍ବା ବିଦେଶ ରେ କୌଣସି କଥା ହେବାର ଥାଏ, ତେବେ ମୁଁ ମୋବାଇଲ ଫୋନ ର ବ୍ୟବହାର କରିଥାଏ l ମୋବାଇଲ ଫୋନ ରେ ସମୟ ନଷ୍ଟ କରିବା ଉଚିତ ନୁହେଁ, କାହିଁକିନା ବ୍ୟକ୍ତିର ଧର୍ଯ୍ୟ ହିଁ ତା ପାଇଁ ବଡ଼ ଶକ୍ତି ଅଟେ l

Leave A Reply