ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଭାରତର ଟିକା କରଣ ଅଭିଯାନ ଦୃତ ଗତିରେ ଚାଲିଛି । ଭାରତରେ ଟିକା କରଣ କୁ ଦେଖି ପଡୋଶୀ ଦେଶ ଶ୍ରୀଲଙ୍କା ଟିକା ର ଦୁଇଟି ଡୋଜ୍ ନେଇଥିବା ଭାରତୀୟ ବ୍ୟକ୍ତି ଙ୍କ ପାଇଁ ଶ୍ରୀ ଲଙ୍କା ରେ ପ୍ରବେଶ ଅନୁମତି ଦେଇ ଦେଇଛି । ଏହା ସହିତ ଶ୍ରୀଲଙ୍କା ଏୟାର ଲାଇନ୍ସ ଭାରତୀୟ ମାନଙ୍କ ପାଇଁ ଗୋଟିଏ ସୁନ୍ଦର୍ ଅଫର୍ ଆଣିଛି । ଶ୍ରୀଲଙ୍କା ଏୟାର ଲାଇନ୍ସ ଭାରତୀୟ ଭ୍ରମଣକାରୀ ଙ୍କ ପାଇଁ ” ବାଏ ୱନ୍ ଏଣ୍ଡ ଗେଟ୍ ୱନ ” ଅଫର୍ ନେଇ ଆସିଚି । ଏହାର ଅର୍ଥ କଲମ୍ବୋ କୁ ଭାରତରୁ ଯିବାକୁ ଚାହୁଁଥିବା ଯାତ୍ରୀ ମାନଙ୍କୁ ଗୋଟିଏ ଟିକେଟ ରେ ଗୋଟିଏ ଟିକେଟ ଫ୍ରି ମିଳିବ ।
ଆସନ୍ତୁ ଜାଣିବା ଏହି ଅଫର୍ ବିଷୟରେ –
ଭାରତୀୟ ମାନେ କ୍ୱରେଣ୍ଟାଇନ ହେବା ଜରୁରୀ ନୁହେଁ – ଶ୍ରୀଲଙ୍କା ରେ ରହିଥିବା ଭାରତୀୟ ମାନଙ୍କ ପାଇଁ ଆଉ ଏବେ କ୍ଵରେଣ୍ଟାଇନ ହେବା ଆବଶ୍ୟକ ନାହିଁ । କିନ୍ତୁ ଏୟାର ଲାଇନ୍ ପକ୍ଷରୁ କୁହାଯାଇଛି ଭାରତରୁ ଶ୍ରୀଲଙ୍କା ଯାଉଥିବା ବ୍ୟକ୍ତି ୧୪ ଦିନ ପୂର୍ବରୁ କୋଭିଡ ଟିକା ନେଇଥିବା ଆବଶ୍ୟକ । ସେଠାରେ ପହଞ୍ଚିଲା ପରେ ତାଙ୍କର RTPCR ଟେଷ୍ଟ କରାଯିବ , ଯଦି ପଜିଟିଭ ଆସିଲା ତେବେ ତାଙ୍କୁ ଡାକ୍ତରଖାନା ନିଆଯିବ , ଯଦି ନେଗେଟିଭ ଆସିଲା ତେବେ ସେ ଯେଉଁ ଆଡ଼େ ଚାହିଁବେ ବୁଲି ପାରିବେ ।
ସେପ୍ଟେମ୍ବର ମାସ ୧ ତାରିଖରୁ ଆଉ ଥରେ ଆରମ୍ଭ ହେବାକୁ ଯାଉଛି ସେବା । ଭାରତୀୟ ନାଗରିକ ସାମାଜିକ ଦୂରତା , ମାସ୍କ୍ ଓ ସାନିଟାଇଯେଶନ ଖୁବ୍ ଆବଶ୍ୟକ ଅଟେ । ଶ୍ରୀଲଙ୍କା ରେ ସମସ୍ତ ଭାରତୀୟ ଟିକା କୁ ମାନ୍ୟତା ଦିଆଯାଇଛି
Comments are closed.