Odisha news

ମଦ୍ୟପ ବାପାକୁ ହତ୍ୟାକରି ପୋଡିଦେଲେ ଦୁଇପୁଅ : ୩ ଦିନପରେ ଶ୍ମଶାନରୁ ହାଡ ପାଉଶ ଜବତ,ଦୁଇପୁଅ ସହ ୫ ଜଣ କୋର୍ଟ ଚାଲାଣ

ଚଣ୍ଡିଖୋଲ : ଏକ ଅଭାବନୀୟ ଘଟଣାକ୍ରମରେ ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ମର୍ଯ୍ୟାଦାପୁର ପଞ୍ଚାୟତର ବେଲଗାଡିଆ ଗ୍ରାମରେ ମଦ୍ୟପ ବାପାର ଅତ୍ୟାଚାର ସହିନପାରି ଦୁଇପୁଅ ତାଙ୍କୁ ନିର୍ମମଭାବେ ହତ୍ୟାକରି ପରେ ଘଟଣାକୁ ଚପାଇଦେବାକୁ ମୃତଦେହକୁ ଶ୍ମଶାନରେ ପୋଡିଦେବା ପରି ଲୋମହରସଣକାରୀ ଖବର ହସ୍ତଗତ ହୋଇଛି।ହତ୍ୟାକାଣ୍ଡର ତିନିଦିନ ପରେ ପୋଲିସ ବିଶେଷ ସୂତ୍ରରୁ ଖବରପାଇ ସମଗ୍ର ଘଟଣାର ପର୍ଦାଫାସ କରିବାସହ ଶ୍ମଶାନରୁ ହାଡ ଓ ପାଉଶ ଜବତ କରିଛି।ଏଥିସହ ବାପାର ହତ୍ୟାକାରୀ ଦୁଇପୁଅ ଓ ତାଙ୍କୁ ସହଯୋଗ କରିଥିବା ଅନ୍ୟ ତିନିଜଣଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ପୋଲିସ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ,ଗତ ଶନିବାର ସଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିଲା।ବେଲଗଡିଆ ଗ୍ରାମର ଘନଶ୍ୟାମ ପ୍ରଧାନ (୪୯ ବର୍ଷ) ଜଣେ ପେଷାଦାର ମଦ୍ୟପ। ପ୍ରତ୍ୟେକ ଦିନ ମଦପିଇ ଘରକୁଆଶି ପରିବାର ବର୍ଗଙ୍କୁ ଅତ୍ୟାଚାର କରେ।

ଘଟଣାଦିନ ସଧ୍ୟାରେ ସେ ପ୍ରଚୁର ମଦପିଇ ଘରେ ପହଞ୍ଚିବା ସହ ସମସ୍ତଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲା ଓ ନିଜ ସ୍ତ୍ରୀକୁ ମାଡମାରିଥିଲା। ଏଥିରେ ଅତିଷ୍ଟହୋଇ ତାଙ୍କ ଦୁଇପୁଅ ଜଗନ ଓ ଜୀବନ ବାପାକୁ ପ୍ରତିବାଦ କରିବା ଫଳରେ ଝଗଡା ବଢ଼ି ଥିଲା।ଦୁଇପୁଅ ବାପାକୁ ପିଟାପିଟିକରି ଠେଲିଦେବୁରୁ ସେ ତଳେ ପଡିଯାଇଥିଲା।ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ପରେ ଘଟଣାକୁ ଚପାଇ ଦେବାକୁ ଦୁଇପୁଅ ଯୋଜନାକରିଥିଲେ ଓ ସେମାନଙ୍କୁ ଏହି କାମରେ ତାଙ୍କ ବନ୍ଧୁ ଓ ଗ୍ରାମର କେତେଜଣ ସହଯୋଗ କରିଥିଲେ।ଯୋଜନା ମୁତାବକ ଶନିବାର ରାତିରେ  ଘନଶ୍ୟାମର ମୃତ ଦେହକୁ ଗାଁ ଶ୍ମଶାନକୁ ନେଇ ପୋଡି ଦେଇଥିଲେ। ଜେନାପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରବଣକୁମାର ମହାରଣା କୌଣସି ସୂତ୍ରରୁ ଖବରପାଇ ରବିବାର ଭୋରୁ ପ୍ରଥମେ ହତ୍ୟାକାରୀ ଦୁଇପୁଅକୁ ଧରିଆଣି ଥାନାରେ ଅଟକ ରଖିବା ସହ ସାଇଣ୍ଟିଫିକ ଟିମ ଡକାଇ ଘଟଣାର ଅନୁସନ୍ଧାନ ଚଳାଇଥିଲେ।

ସୋମବାର ଦିନ ଶ୍ମଶାନରୁ ଘନଶ୍ୟାମର ହାଡ ପାଉଶ ଜବତ କରାଯିବାସହ ଦୁଇପୁଅ ଜଗନ ଓ ଜୀବନଙ୍କୁ ଗିରଫ ପୋଲିସ ଗିଳଫ କରିଥିଲା। ଗିରଫ ଦୁଇଭାଇଙ୍କ ଠାରୁ ସୂଚନା ପାଇ ଏହି ଘଟଣାରେ ସେମାନଙ୍କୁ ସାହାଯ୍ୟ କରିଥିବା ତାଙ୍କ ସମ୍ପର୍କୀୟ ବେଲଗାଡିଆ ଗ୍ରାମର ପ୍ରଭାତ ପ୍ରଧାନ,ସାଥୁଆପାଟଣା ଗ୍ରାମର ରଞ୍ଜନ ଜେନା ଓ ନିରଞ୍ଜନ ଜେନାଙ୍କୁ ପୋଲିସ ସୋମବାର ରାତିରେ ଗିରଫ କରିଥିଲା। ମଙ୍ଗଳବାର ଦିନ ସମସ୍ତଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଥିଲାବେଳେ ଜାମିନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଏହି ଘଟଣାଳେ ଅନ୍ୟ କେତେକ ସପୃକ୍ତ ଥିବା ମଧ୍ୟ ଜଣା ପଡିଛି। ଦତନ୍ତ କରାଯାଇ ସପୃକ୍ତ ସମସ୍ତଙ୍କୁ ଗିରଫ କରାଯିବବୋଲି ଥାନା ଅଧିକାରୀ ଶ୍ରୀ ମହାରଣା ସୂଚନା ଦେଇଛନ୍ତି।

Comments are closed.